May 10, 2026

ନୀଳକଣ୍ଠେଶ୍ଵର ଦେବଙ୍କ ଯାତ୍ରା ପଡ଼ିଆରେ ଫଗୁ ତିନି ଦୋଳ ମିଳନ ଅନୁଷ୍ଠିତ..

IMG-20250318-WA0023
Share

 

ବୋଲଗଡ଼,୧୮/୦୩(ଉପାନ୍ତ ଖବର ):ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତର ନୀଳକଣ୍ଠେଶ୍ଵର ଦେବଙ୍କ ଯାତ୍ରା ପଡ଼ିଆରେ ଫଗୁ ତିନି ଦୋଳ ମିଳନ ବହୁ ଜାକ ଜକମରେ ଅନୁଷ୍ଠିତ ହୋଇଯାଇଛି Iଅଞ୍ଚଳରୁ ଆସିଥିବା ଲୋକଙ୍କ ମନରେ ଉତ୍ସାହ ଭରି ରହିଥିବାର ଦେଖି ବାକୁ ମିଳିଥିଲା I ବିଭିନ୍ନ ପ୍ରକାର ଦୋକାନ ବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଲୋକନୃତ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦେଖିବାକୁ ମିଳିଛି I ଏହି ମିଳନ ଉତ୍ସବରେ୨୭ ମୌଜାର୨୭ଟି ବିମାନ ଆସି ଭୋଗ ଖାଇଥିଲେ Iଏହି ତିନି ଦୋଳ ମିଳନ ଉତ୍ସବ ରେ ବହୁ ଜନ ସମାବେଶ ହୋଇଥିବାର ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିରଞ୍ଚି ନାରାୟଣ ଦାସ୍ ସମେତ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିବା ସ୍ଥଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

 

 

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)