ଗଜପତି: ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ସହ ସୁରକ୍ଷିତ ପାଇଁ କେତେକ ସରକାରୀ ନିର୍ଦ୍ଦେଶାବଳୀ ଜାରି..
ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୮ ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା “ଅକବାନ”କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୨୪ X ୭ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରୀ କରାଯିବା ସହ ଜିଲ୍ଲାବାସୀଙ୍କ ସୁରକ୍ଷିତ ପାଇଁ କେତେକ ସରକାରୀ ନିର୍ଦ୍ଧେଶାବଳୀ ପାଳନ ପାଇଁ ଜାରୀ କରାଯାଇଛି। । ହେଲ୍ପ ଲାଇନ୍ ନମ୍ବର ସହାୟତା ପାଇଁ ନିଜ ନିଜ ଅଞ୍ଚଳର ହେଲ୍ପଲାଇନ୍ ନମ୍ବର ଗୋଷାଣୀ ବ୍ଲକ୍ ପାଇଁ ୮୮୯୫୯୪୯୭୦୨, ଗୁମ୍ମା ବ୍ଲକ ପାଇଁ ୯୧୨୪୯ ୬୦୭୬୭, କାଶୀନଗର ବ୍ଲକ୍ ପାଇଁ ୭୯୭୮୫ ୦୯୬୧୨, ରାୟଗଡ଼ ବ୍ଲକ ପାଇଁ ୯୦୭୮୪୯୫୨୫୧, ନୂଆଗଡ ବ୍ଲକ୍ ପାଇଁ ୭୬୦୮୯୭୩୪୫୩, ମୋହନା ବ୍ଲକ୍ ପାଇଁ ୬୩୭୦୮ ୧୧୯୫୦ , ଆର:ଉଦୟଗିରି ବ୍ଲକ୍ ପାଇଁ ୬୩୭୧୩୫୯୯୮୭ ଥିବା ବେଳେ ସେହିଭଳି କାଶୀନଗର ଏନ:ଏ:ସି ପାଇଁ ୦୬୮୧୫ ୨୮୪୨୧୫ ଏବଂ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ପାଇଁ ୦୬୮୧୫ ୨୨୨୦୫୨ ଏବଂ ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟର ପାଇଁ ୦୬୮୧୫ ୨୨୨୯୪୩ ନମ୍ବର ରେ ଯୋଗାଯୋଗ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ସୂଚନା ଯୋଗେ ଜାରି କରାଯାଇଛି । ସେହିଭଳି ଜିଲ୍ଲାବାସୀଙ୍କୁ ଏଭଳି ସମ୍ଭାବ୍ୟ ବାତ୍ୟା ସମୟରେ କେତେକ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ମଧ୍ୟ ନିବେଦନ କରାଯାଇଛି ଯାହାକି, ସରକାରୀ ସୂତ୍ର ରେଡିଓ, ଟିଭି ଏବଂ ସରକାରୀ ପରାମର୍ଶ ମାଧ୍ୟମରେ ଅବଗତ ରୁହନ୍ତୁ, ପ୍ରତିକୂଳ ପାଗ ସମୟରେ ଗତିବିଧିକୁ ଏଡାନ୍ତୁ, ଜରୁରୀକାଳୀନ କିଟ ରେ ପ୍ରାଥମିକ ଔଷଧ, ଟର୍ଚ୍ଚ ଓ ପାୱାର ବ୍ୟାଙ୍କ ପ୍ରଭୃତି ପ୍ରସ୍ତୁତ ରଖନ୍ତୁ, ଜିଲ୍ଲା ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ, ଭୂମି ସ୍ଖଳନ ପ୍ରବଣ ଅଞ୍ଚଳ, ବନ୍ୟା ପ୍ରବଣ ଅଞ୍ଚଳ ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯାଆନ୍ତୁ ନାହିଁ, ନିରାପଦ ସ୍ଥାନ ଗୁଡ଼ିକୁ ସଂରକ୍ଷଣ କରନ୍ତୁ । ଏଭଳି ସମୟରେ ସବୁବେଳେ ପ୍ରସ୍ତୁତ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ଏବଂ ସର୍ବୋପରି ଏକ ସୁରକ୍ଷିତ ଗଜପତି ପାଇଁ ଏକାଠି ହେବାରେ ନିଶ୍ଚିତ ଭାବେ ସହାୟକ ହୁଅନ୍ତୁ। ଗଣେଶ କୁମାର ରାଜୁ ପାରଳାଖେମୁଣ୍ଡି(ଗଜପତି)
