ବ୍ଲକ ସ୍ତରୀୟ “ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ” ପାଇଁ ପ୍ରସ୍ତୁତି ବୈଠକ
ବୁଗୁଡ଼ା :ତା ୧୭/୧୧/୨୬ : ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ “ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ” ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପିଏମଶ୍ରୀ ପିପୁଲ୍ସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏବିଇଓ କୃଷ୍ଣଚନ୍ଦ୍ର ବେହେରାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ଅନ୍ଯତମ ଏବିଇଓ ରବିନ୍ଦ୍ର କୁମାର ବେହେରା ,ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶଙ୍କର ଦାସ , ଗୋଲିଆ ଆଦର୍ଶ ବିଦ୍ୟାଳୟ ଉପାଧ୍ୟକ୍ଷା ସୁଚିତ୍ରା ପଟ୍ଟନାୟକ,ବ୍ଲକ ନୋଡାଲ ଅଫିସର ଜି.ନାଗେଶ୍ଵର ରାଓ ,ଏସଓ ପ୍ରିୟଦର୍ଶି ଦାସ, ଏମଆଇଏସବି ଦୁର୍ଗା ପ୍ରସାଦ, ଏନ୍ପିଏସ୍ ଶିକ୍ଷକ ସଂଘ ସଭାପତି ପିତାମ୍ବର ଗୌଡ଼,ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ଖାଡ଼ଙ୍ଗା ପ୍ରମୁଖ ମଞ୍ଚାସୀନ ଥିଲେ। ଏ ଅବସରରେ ଆଗାମୀ ଦିନରେ ପିପୁଲ୍ସ ହାଇସ୍କୁଲଠାରେ ଅନୁଷ୍ଠିତ ହେବାକୁ ଥିବା ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀର ସୁପରିଚାଳନା ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୧ଟି କ୍ଳଷ୍ଟରର ସିଆରସିସିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
