ତିର୍ତ୍ତୋଲ ସରଣୀଛକ ରୁ ଆଉଜଣେ ଅସହାୟ ଭିନ୍ନକ୍ଷମ ବୃଦ୍ଧଙ୍କୁ ଉଦ୍ଧାର କଲା ବ୍ୟାସଫାଉଣ୍ଡେସନ
ତିର୍ତ୍ତୋଲ ତା 17/11/2026 ତିର୍ତ୍ତୋଲ ନିଶାମଣିସରଣୀ ବଜାର ରେ ଜଣେ ଅଶିବର୍ଷର ଅସହାୟ ଭିନ୍ନକ୍ଷମ ଓ ମାନସିକବିକୃତ ବୃଦ୍ଧ, କିଛିଦିନ ହେବ ରାସ୍ତାକଡରେ ପଡିରହିଥିଲା ବେଳେ, ମାରୁତି ନାମକ ଜଣେଶିଶୁ, ତାଙ୍କ ମାଆଙ୍କ ଫୋନରେ ବ୍ୟାସଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କୁ ଜଣାଇଥିଲେ l ଖବରପାଇଲା ମାତ୍ରେ ଶ୍ରୀମତୀ ଆଚାର୍ଯ୍ୟ, ଘଟଣାସ୍ଥଳରେ ପହଞ୍ଚି, ତାଙ୍କୁ ଉଦ୍ଧାରକରି, ମଣିଜଙ୍ଗା ମେଡିକାଲ କୁ ନେଇଥିଲେ ମଧ୍ୟ, ସେଠାରେ ଓ ଜଗତସିଂହପୁର ସଦର ମେଡିକାଲ ରେ ମଧ୍ୟ କୌଣସି ଥଇଥାନ ର ବ୍ୟବସ୍ଥା ନଥିବାରୁ, ପ୍ରାଥମିକଚିକିତ୍ସା ପରେ, ଆମ୍ବୁଲାନ୍ସ ଡକାଇ ତାଙ୍କୁ କଟକ ଏସ ସି ବି ର ନିରାମୟକେନ୍ଦ୍ର କୁ ପଠାଇବାର ବନ୍ଦୋବସ୍ତ କରିଥିଲେ l ଅସହାୟ ବୃଦ୍ଧ ଦୁରାରୋଗ ରେ ପୀଡିତ ଓ ମାନସିକ ଭିନ୍ନକ୍ଷମ ଥିବାରୁ, ତାଙ୍କର ପରିଚୟ ମିଳିପାରିନାହିଁ l ଏହି ଉଦ୍ଧାରକାର୍ଯ୍ୟରେ ମାରୁତିର ମା ପୁଷ୍ପଲତା ଛୋଟରାୟ, ସମାଜସେବୀ ଶରତ କୁମାର ଦାଶ ଓ ମନୋଜ କୁମାର ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ତେବେ ଦୀର୍ଘ ବର୍ଷବର୍ଷ ଧରି, ବ୍ୟାସଫାଉଣ୍ଡେସନ ତରଫରୁ, ଜିଲ୍ଲା ଓ ପଡୋଶୀ ଜିଲ୍ଲାର ଶହଶହ ଅସହାୟ ଓ ଭିନ୍ନକ୍ଷମ ମାନଙ୍କୁ ଆରୋଗ୍ୟକରିବା ଓ ଥଇଥାନ କରିବାକ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିବାରୁ ସାଧାରଣରେ ଏହାର ଉଚ୍ଚପ୍ରଶଂସା କରାଯାଇଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
