ପୋଖରୀ ରେ ବୁଡି ଯୁବକ ମୃତ
lକୋଷାଗୁମୁଡ଼ା, ୧୭|୧୧, ମଙ୍ଗଳବାର(ଦୟାରାମ ପନକା )ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡିଙ୍ଗା ଥାନା ଅନ୍ତର୍ଗତ ଭାଲୁ ଡେଙ୍ଗରୀ ଗ୍ରାମର ଲକ୍ଷ୍ମମୁ ଭତ୍ରା ଙ୍କ ପୁଅ ସିନୁ ଭତ୍ରା (୩୫) ପୋଖରୀ କୁ ଗାଧୋଇ ଯାଇଥିବ ବେଳେ ପୋଖରୀ ରେ ବୁଡି ଯାଇଥିଲେ, ସେ ପହଁରି ଜାଣି ନଥିବା ପରିବାର ପରିବାର ଲୋକେ କହନ୍ତି,।କୋଡିଙ୍ଗା ଥାନା ରେ ସୂଚନା ଦେବା ପରେ କୋଷାଗୁମୁଡ଼ା ଅଗ୍ନିସମା ବିଭାଗ କୁ ସୂଚୀତ ହୋଇଥିଲା, ଘଟଣାସ୍ଥଳରେ ପହଞ୍ଚି ଉଭୟ ବିଭାଗ ଦ୍ଵାରା ମୃତ୍ୟୁ ଶରୀର କୁ ଉଦ୍ଧାର କରାଯାଇଥିଲା ଏଥିରେ କୋଷାଗୁମୁଡ଼ା ଅଗ୍ନିସମା ମୁଖ୍ୟ ଅଗ୍ନି ଯୋଦ୍ଧା ପବିତ୍ର ମୋହନ ପୁଝାରୀ,ଟିକେସ୍ଵର ଦୀପ, ପ୍ରକାଶ କୁମାର ଭୋଇ, ଯୋଗେନ୍ଦ୍ର ପ୍ରଧାନ ଗୌରାଙ୍ଗ ଚରଣ ସମରଥ, ଚାଳକ ଅଗ୍ନି ଯୋଦ୍ଧା ମହେଶ୍ଵର ବେହେରା, ତତ୍ପରତା ପ୍ରକାଶ କରିଥିଲେ l ମୃତ ଶରୀର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
