November 18, 2026

ସମ୍ବଲପୁରରେ ଆସ୍ମିତା ଖେଲୋ ଇଣ୍ଡିଆ ଇଷ୍ଟ ଜୋନ୍ ମହିଳା ରୋଡ୍ ସାଇକ୍ଲିଂ ଚାମ୍ପିଅନସିପ୍ ଉଦ୍‌ଯାପିତଦ୍ୱିତୀୟ ଦିନରେ ଓଡ଼ିଶାର ଚମତ୍କାର ପ୍ରଦର୍ଶନ, ସସ୍ମିତା ପଣ୍ଡାଙ୍କୁ ସ୍ୱର୍ଣ୍ଣ ପଦକ….

IMG-20261117-WA0057
Share

ସମ୍ବଲପୁର, ୧୭. ୧୧: ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ସମ୍ବଲପୁରଠାରେ ଆୟୋଜିତ ଦୁଇଦିନିଆ ଆସ୍ମିତା ଖେଲୋ ଇଣ୍ଡିଆ ଇଷ୍ଟ ଜୋନ୍ ମହିଳା ରୋଡ୍ ସାଇକ୍ଲିଂ ଚାମ୍ପିଅନସିପ୍ ୨୦୨୬ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଛି। ନଭେମ୍ବର ୧୬ ଓ ୧୭ ତାରିଖରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ବିହାରର ବହୁ ସଂଖ୍ୟକ ମହିଳା ସାଇକ୍ଲିଷ୍ଟ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାର ଦ୍ୱିତୀୟ ତଥା ଅନ୍ତିମ ଦିନରେ ସବ୍-ଜୁନିୟର ଓ ୟୁଥ୍, ଜୁନିୟର ଏବଂ ମହିଳା ଏଲିଟ୍ ବର୍ଗର ମାସ୍ ଷ୍ଟାର୍ଟ ରୋଡ୍ ରେସ୍ ଅନୁଷ୍ଠିତ ହୋଇଥିଲା। ଏହି ରେସ୍‌ରେ ବିଭିନ୍ନ ରାଜ୍ୟର ଖେଳାଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ବେଳେ ଓଡ଼ିଶାର ସାଇକ୍ଲିଷ୍ଟମାନେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ।ସବ୍-ଜୁନିୟର ଓ ୟୁଥ୍ ବର୍ଗରେ ଓଡ଼ିଶାର ସସ୍ମିତା ପଣ୍ଡା ସ୍ୱର୍ଣ୍ଣ ପଦକ ଏବଂ ପୁରବୀ ମହାନ୍ତି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ଜୁନିୟର ବର୍ଗରେ ରିୟା କୁମାରୀ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ।ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ସମ୍ବଲପୁର ମହାନଗର ନିଗମର ଉପ-ଆୟୁକ୍ତ ଶ୍ରୀ ହରିଓମ୍ ଭୋଇ, OAS ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡଃ ସତ୍ୟନାରାୟଣ ଟାଣ୍ଡି, OAS ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ହରିଓମ୍ ଭୋଇ ଆନୁଷ୍ଠାନିକ ଭାବେ ଚାମ୍ପିଅନସିପ୍‌ର ଉଦ୍‌ଯାପନ କରିଥିଲେ।ଏହି ଅବସରରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ର ସଭାପତି ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ଶ୍ରୀମତୀ ମିନତୀ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ରାଉତ, ଉପସଭାପତି ଶ୍ରୀ ନୃସିଂହ ଚରଣ ସାହୁ ଏବଂ ଆସୋସିଏସନ୍‌ର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଅଧିକାରୀମାନେ ଉପସ୍ଥିତ ଥିଲେ।ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ରାଉତ ଏହି ଚାମ୍ପିଅନସିପ୍‌ର ସଫଳ ଆୟୋଜନରେ ସହଯୋଗ କରିଥିବା ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ସହଯୋଗୀ ବିଭାଗକୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ବିଶେଷକରି ସମ୍ବଲପୁର ପୋଲିସ, ମେଡିକାଲ୍ ଟିମ୍, ସମ୍ବଲପୁର ମହାନଗର ନିଗମ (SMC) ଏବଂ ୱାଟକୋ (WATCO)ର ସହଯୋଗକୁ ସେ ପ୍ରଶଂସା କରିଥିଲେ। ସମସ୍ତ ବିଭାଗର ସମନ୍ୱିତ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି ଦୁଇଦିନିଆ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇପାରିଥିବା ସେ ପ୍ରକାଶ କରିଥିଲେ।ଏଥିସହିତ ମହିଳା ସାଇକ୍ଲିଂର ବିକାଶ, ତୃଣମୂଳ ସ୍ତରରୁ ନୂତନ ପ୍ରତିଭା ସୃଷ୍ଟି ଏବଂ ଯୁବ ଖେଳାଳିମାନଙ୍କୁ ଜାତୀୟ ସ୍ତରରେ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବାରେ ଆସ୍ମିତା ଭଳି ପ୍ରତିଯୋଗିତାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।ଶେଷରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ସମସ୍ତ ଅତିଥି, ଜିଲ୍ଲା ପ୍ରଶାସନ, ବିଭିନ୍ନ ବିଭାଗର ଅଧିକାରୀ, ଟେକ୍ନିକାଲ୍ ଅଫିସିଆଲ୍, ସ୍ୱେଚ୍ଛାସେବୀ ଏବଂ ଅଂଶଗ୍ରହଣକାରୀ ଖେଳାଳିମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା। ସମସ୍ତଙ୍କର ମିଳିତ ସହଯୋଗରେ ଏହି ଚାମ୍ପିଅନସିପ୍ ସଫଳତାର ସହ ସମାପ୍ତ ହୋଇଛି।

You may have missed