November 18, 2026

ରାଜ୍ୟ ଓଷ୍ଟା ସଂଘର ସମ୍ପାଦକ ଭାବେ ମୃତ୍ୟୁଞ୍ଜୟ ପଲେଇ ନିର୍ବାଚିତବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ

IMG-20261117-WA0058
Share

ହାଟଡିହି ତା ୧୭/୧୧(ମନମୋହନ ନାୟକ) : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସମ୍ପାଦକ ଭାବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଷଡ଼ଙ୍ଗ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ ନିର୍ବାଚିତ ହୋଇଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ହାଟଡିହି ସମେତ କେନ୍ଦୁଝର ଜିଲ୍ଲାର ଶିକ୍ଷକ ମହଲରେ ଖୁସିର ଲହରି ଖେଳିଯାଇଛି। ଢେଙ୍କାନାଳ ସହରର ମହିଷାପାଟସ୍ଥିତ ଇଡ୍‌କୋ ଟାୱାର ପରିସରରେ ଓଷ୍ଟାର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକ ପ୍ରତିନିଧିମାନେ ଯୋଗଦେଇ ମତଦାନ କରିଥିଲେ। ଏହି ନିର୍ବାଚନରେ ମୃତ୍ୟୁଞ୍ଜୟ ପଲେଇ ସଂଘର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କର ଏହି ସଫଳତା ପରେ ବିଭିନ୍ନ ଶିକ୍ଷକ ସଂଗଠନ ଓ ଶିକ୍ଷାବିତ୍‌ଙ୍କ ପକ୍ଷରୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟିଛି।ଓଷ୍ଟାର କେନ୍ଦୁଝର ଜିଲ୍ଲା ସଭାପତି ମନ୍ମଥ କୁମାର ମହାନ୍ତ, ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଘଡେଇ, ଉପଦେଷ୍ଟା ଶାନ୍ତନୁ ମିଶ୍ର, ହାଟଡିହି ବ୍ଲକ ସଭାପତି ନବଘନ ନାୟକ, ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ୱାଳ, କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ସେଠୀ, ଆନନ୍ଦପୁର ବ୍ଲକ ସମ୍ପାଦକ ନିରାକାର ମହାପାତ୍ର, ଘସିପୁରା ବ୍ଲକ ସମ୍ପାଦକ ବିଜୟ କୁମାର ସାହୁ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତି, ମହେନ୍ଦ୍ର କୁମାର ଜେନା, ଶଙ୍କର୍ଷଣ ମାରାଣ୍ଡି, ମାଧବାନନ୍ଦ ଜେନା, ସତ୍ୟପୀର ମହାନ୍ତି, ଆନନ୍ଦ ଚନ୍ଦ୍ର ସାହୁ, ସୁଧାଂଶୁ ଶେଖର ବିଶ୍ୱାଳ, ସୁଧାଂଶୁ ବେହେରା, ଶଶୀଭୂଷଣ ଜେନା, ଲକ୍ଷ୍ମୀଧର ଜେନା, ପ୍ରଦୀପ କୁମାର ସାହୁ, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ସତ୍ୟବ୍ରତ ବିଶ୍ୱାଳ ଓ ପର୍ଶୁରାମ ନାୟକଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିର୍ବାଚିତ ହେବା ପରେ ଶ୍ରୀ ପଲେଇ କହିଛନ୍ତି ଯେ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ସଠିକ୍‌ ଭାବେ ଉପସ୍ଥାପନ କରିବା ସହ ସେଗୁଡ଼ିକର ସମାଧାନ ଦିଗରେ ସେ ଗୁରୁତ୍ୱ ଦେବେ। ଶିକ୍ଷକ ସମାଜର ସ୍ୱାର୍ଥରକ୍ଷା ଓ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ ଦିଗରେ କାର୍ଯ୍ୟ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି।

You may have missed