April 26, 2026

ଗଜପତିରେ ଶିକ୍ଷକଙ୍କୁ ପିଟିଲେ ଶିକ୍ଷକ…. ଘଟଣା ନେଇ ଉତ୍ତେଜନା, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ 

IMG-20250917-WA0062
Share

 

ପାରଳାଖେମୁଣ୍ଡି:୧୭/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମାଛମରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକ ଅନ୍ୟ ଜଣେ ଶିକ୍ଷକଙ୍କୁ ମାଡ଼ ଦେବା ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇଛି. ଏଥିରେ ଗ୍ରାମବାସୀମାନେ ସମ୍ପୃକ୍ତ ସ୍କୁଲରେ ତାଲା ପକାଇ ଦେଇଥିବା ସୂଚନା ମିଳିଛି. ଘଟଣା ଅନୁସାରେ ହିନ୍ଦୀ ଶିକ୍ଷକଙ୍କୁ ପିଇଟି ଶିକ୍ଷକ ମାଡ଼ ଦେବା ଘଟଣା ନେଇ ହିନ୍ଦୀ ଶିକ୍ଷକ ଗ୍ରାମବାସୀଙ୍କ ଠାରେ ଗୁହାରି କରିଥିଲେ. ଏହି ଘଟଣା ଗତକାଲି ଅପରାହ୍ନରେ ଘଟିଥିଲା. ବିନା କାରଣରେ ହିନ୍ଦୀ ଶିକ୍ଷକଙ୍କୁ ମାଡ଼ ଦେବା ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀମାନେ ଏହାକୁ ନିନ୍ଦା କରିବା ସହ ସ୍କୁଲ ଫାଟକରେ ଆଜି ତାଲା ପକାଇ ଦେଇଥିଲେ. ଘଟଣା ନେଇ ପ୍ରଶାସନ ଜାଣିବା ପରେ ଘଟଣା ସ୍ଥଳକୁ କିଛି ଅଧିକାରୀଙ୍କୁ ପଠାଇ ଏହାର ସମାଧାନ ପାଇଁ ଲୋକଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଛି.