ଗଜପତି:- ଜିଲ୍ଲାସ୍ତରୀୟ ଏକ ଦିବସୀୟ ବୃକ୍ଷ ରୋପଣ ଅଭିଯାନ ତଥା “ଏକ ପେଡ ମା କେ ନାମ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ରେ ଥିବା ପର୍ଯ୍ୟଟନ କ୍ଷେତ୍ର ବୃନ୍ଦାବନ ପ୍ୟାଲେସ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଏକ ଦିବସୀୟ ବୃକ୍ଷ ରୋପଣ ଅଭିଯାନ ତଥା “ଏକ ପେଡ ମା କେ ନାମ -୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟର ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା , ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ , ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦଘାଟନ କରି କହିଥିଲେ ଯେ , ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଜିର ଏହି କାର୍ଯ୍ୟକ୍ରମ “ଏକ ପେଡ ମା କେ ନାମ” ତଥା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ପରିସ୍ଥିତିରେ ଜଳବାୟୁରେ ଯେଉଁ ପରିବର୍ତ୍ତନ , ଏହା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ଯଦି ଆଜିଠାରୁ ଏହାର ତଥା ପରିବେଶର ସୁରକ୍ଷା ପାଇଁ କିଛି ବି ପଦକ୍ଷେପ ନିଆ ନ ଯାଏ, ଟା ହେଲେ ଭବିଷ୍ୟତ ଆମ ସମସ୍ତଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବ । ତେଣୁ ଆମେ ଏହି ଧରିତ୍ରୀ ମାତାର ସେବା କରିବାର ଆବଶ୍ୟକତା ରହିଛି , ଯେମିତି ମା’ଙ୍କ ପାଇଁ ଆମର ଆନୁଗତ୍ୟ ଓ କର୍ତ୍ତବ୍ୟ ରହିଛି , ସେମିତି ବୁଝିବାକୁ ହେବ । କେବଳ ଯେ ଗଛ କି ଚାରା ରୋପଣ କରିଦେଲେ ହେବନି , ଗଚା ଲଗାଇ ତାର ସଂପୂର୍ଣ୍ଣ ଭାବେ ଯତ୍ନ ନେଇ ବଞ୍ଚାଇବାକୁ ହେବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଅଧ୍ୟକ୍ଷତା କରିଥିବା ବେଳେ ବନଖଣ୍ଡ ଅଧିକାରୀ ତଥା ଡିଏଫଓ: ଶ୍ରୀ କେ: ନାଗରାଜୁ , ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେସ ପାଣିଗ୍ରାହୀ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶଙ୍କର କେରକେଟା ଏପିଡି ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ ପରିବେଶ କ୍ଷେତ୍ରରେ ୟୁନାଇଟେଡ ନେଶନ ସହିତ ସାମିଲ ଥିବା ପାରଳାଖେମୁଣ୍ଡି ସହରର ସୁଶ୍ରୀ ଧ୍ରିତିମୋକ୍ଷା ପାଣିଗ୍ରାହୀ ପରିବେଶ ଓ ଜଳବାୟୁ ପରିବର୍ତ୍ତନର କାରଣ ସମ୍ପର୍କରେ ଉପାଦେୟ ସୂଚନା ଦେଇଥିଲେ । ଶେଷରେ ଏସିଏଫଓ ଶ୍ରୀ ଅରୁଣ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହାପରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ , ଜିଲ୍ଲା ପରିଷଦ ସଭାପତି , ଜିଲ୍ଲାପାଳ , ଡିଏଫଓ , ପାରଳା ପୌର ଅଧ୍ୟକ୍ଷା , ପ୍ରଶାସନିକ ଅଧିକାରୀ , ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ , ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-
