April 28, 2026

ଗଜପତି ଜିଲ୍ଲା ମୋହନା ଅବକାରୀ ବିଭାଗ ଦ୍ଵାରା ୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

IMG-20250917-WA0054
Share

 

 

ପାରଳାଖେମୁଣ୍ଡି:୧୭/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜ଼ିଲ୍ଲା ମୋହନା ଅବକାରୀ ବିଭାଗ ଦ୍ୱାରା ଗତକାଲି ପୁଣି ୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେବା ସହ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ମୋହନା ଥାନାର ଚାନ୍ଦିପୁଟ ଛକରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଥିବା ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି. ଗିରଫ ଅଭିଯୁକ୍ତ ଜଣକ ହେଲେ ଚାନ୍ଦିପୁଟର ଜିଆଦି ବିଷୋୟୀ ମୋହନା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦଣ୍ଡ ଶବର ଏବଂ ତାଙ୍କ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସନ୍ଦିଗ୍ଧ ଅବସ୍ଥାରେ ରାସ୍ତା ପାର୍ଶ୍ଵରେ ବ୍ୟାଗ ସହ ଠିଆ ହୋଇଥିବା ବ୍ୟକ୍ତି ଜଣକୁ ଯାଞ୍ଚ କରିଥିଲେ ଉକ୍ତ ବ୍ୟାଗରେ ୧୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା. ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି l ବ୍ରହ୍ମପୁର ଦେଇ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ପାଇଁ ଏହି ଗଞ୍ଜେଇ ରଖାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି l ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l