ବାବେବିରା ହାଇସ୍କୁଲରେ ବନ ମହୋତ୍ସବ       

IMG-20250917-WA0065
Share

 

 

ସୁରେନ୍ଦ୍ର କଠାରଙ୍କ ରିପୋର୍ଟ

 

 

ଅତାବିରା ବ୍ଲକ ବାବେବିରା ହାଇସ୍କୁଲରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅମୀୟ ରଣା, ଅମୀର ମହାନନ୍ଦ, କ୍ରିଞ୍ଜାଳ ବିଶ୍ୱାଳ, ପ୍ରବନ୍ଧ ପ୍ରତିଯୋଗିତାରେ ଭୈରବ ମହାନନ୍ଦ, ଶିବମ ଗୁରୁ, ରାହୁଲ ଭୁଏ ଯଥାକ୍ରମେ ପ୍ରଥମରୁ ତୃତୀୟ ହୋଇଥିଲେ। ଦିବାକର ପ୍ରଧାନଙ୍କ ସଭାପତିତ୍ୱରେ ପ୍ରକୃତି ବନ୍ଧୁ ଅମୃତ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସରପଞ୍ଚ ହେମନନ୍ଦ ସେଠ ମୁଖ୍ୟ ଅତିଥି, ପଂଚାୟତ ସମ୍ପ୍ରସାରଣ ଅଧିକାରୀ ବୁଦ୍ଧଦେବ ବେହେରା, ଗ୍ରାମ୍ୟ କୃଷି ଅଧିକାରୀ ସୁଧାଂଶୁ ଖମାରୀ, ଜିଆରଏସ ତେଜବନ୍ତ ଭୋଇ ଯୋଗ ଦେଇଥିଲେ। ଖେଳ ଶିକ୍ଷକ ସୂଦୀପ୍ତ ସାହୁ ଧନ୍ୟବାଦ ଦେଇଥିଲେ।