ଆଜିର ଖବର..
୧-ଭୁବନେଶ୍ୱର:୨୦୬୭ ଜଣ ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।
୨-ବାତ୍ୟା ଓ ବନ୍ୟା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ଦିଆଯିବା ସହ ଘର ଭଙ୍ଗା ସାହାଯ୍ୟ ମଧ୍ୟ ଘୋଷଣା କରାଯାଇଛି ।
୩-ଭଞ୍ଜନଗର:୧୨ଜଣଙ୍କର ପତ୍ତା ମିଳୁନାହିଁ,ମାଟିତଳୁ ଖୋଜୁଛନ୍ତି ଶତାଧିକ କର୍ମଚାରୀ, ଆଜି ପହଞ୍ଚିବ ସ୍ବତନ୍ତ୍ର ଯନ୍ତ୍ରାଂଶ।
୪-ବାତ୍ୟା ଆସିଲେ ଥରହର ଗଜପତି : ଜିଲ୍ଲାରେ ଅଛି ୧୪୭ଟି ଭୂସ୍ଖଳନ ସ୍ଥାନ, ଭୟରେ ପାହାଡ଼ିଆ ଲୋକେ।
୫-ମାଲକାନଗିରି: ଦମ୍ପତିଙ୍କୁ ବିଭତ୍ସ ହତ୍ୟା, ପୁଅ ଗୁରୁତର, ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ୟକ୍ତ ଲୋକେ।
୬-କଳିଙ୍ଗ ଷ୍ଟୁଡିଓ ଛକରେ କାର୍ ଓ ବୋଲେରୋ ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଏଆଇ କ୍ୟାମେରା ଓ ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟ।
୭-‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ;୭୦ କିମି ବେଗରେ ଝଟ୍କା ପବନ ବହିବ।
୮-ନାହିଁ ବୈଧ ପ୍ରମାଣ ପତ୍ର:୨ଲକ୍ଷ ଗାଡ଼ିର ପଞ୍ଜିକରଣ ହେଲା ବାତିଲ।
୯-ହୀରାକୁଦ ଖୋଲିଲା ୫ ଫାଟକ, ବାଲିମେଳାର ଗୋଟିଏ ଓ ସାଳନ୍ଦୀର ଦୁଇ ଗେଟ୍ ଖୋଲା।
୧୦-ଆସୁଥିବା ବାତ୍ୟାର ସାମ୍ନା କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ବିପଦପୂର୍ଣ୍ଣ ଅଞ୍ଚଳରୁ ସ୍ଥାନାନ୍ତରଣ ଆରମ୍ଭ।
୧୧-ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ କୁମାର ନାଥ,ଗୃହ ବିଭାଗର OSD ଭାବେ ନିଯୁକ୍ତ କଲେ ଓଡ଼ିଶା ସରକାର।
୧୨-ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ, ସମସ୍ତ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ପ୍ରସ୍ଥାନ ଫାଟକ ଛାଡ଼ିବା ବାଧ୍ୟତାମୂଳକ।
୧୩-ମାହାଙ୍ଗା,ଝାଡେଶ୍ବରପୁର:କଇଁ ଫୁଲ ତୋଳିବାକୁ ଯାଇଁ ବୁଡିଗଲେ ତିନି ଶିଶୁ।
୧୪-ପଞ୍ଚମ ଟି-୨୦ରେ ଭାରତକୁ ୭ ୱିକେଟ୍ରେ ହରାଇଲା ନ୍ୟୁଜିଲାଣ୍ଡ।
୧୫-ଟି-୨୦ କମବ୍ୟାକରେ ଫ୍ଲପ୍ ଭୁବନେଶ୍ୱର କୁମାର: ୪ ମ୍ୟାଚରୁ ମାତ୍ର ୧ ୱିକେଟ୍, ନାଁରେ ଯୋଡ଼ିହେଲା ଅଲୋଡ଼ା ରେକର୍ଡ।
୧୬-ମୁମ୍ବାଇ:୪୫୦ କୋଟି ପାର କଲା ଜେଲର-୨ ,ସବୁଠୁ ଆଶ୍ଚର୍ଯ୍ୟ କଲା ରବିବାରର ବକ୍ସ ଅଫିସ୍ କଲେକ୍ସନ।
୧୭-ଆଡ଼ଭାନ୍ସ ବୁକିଂରେ ”ରାମାୟଣର” ଧମାକା , ରୋଜଗାର କଲାଣି ୨୨ କୋଟି !ନଭେମ୍ବର ୫ରେ ରିଲିଜ ହେବ।
୧୮-EPFର ହ୍ବାଟସଆପ୍ ସେବା ଆରମ୍ଭ, ଦେଖିପାରିବେ PF ବାଲାନ୍ସ,୫ ନୂଆ ଟ୍ରାଞ୍ଜାକ୍ସନ।
୧୯-ଇମ୍ଫାଲ: ମଣିପୁର ହିଂସା,କେକ୍ରୁ ନଗା ଗ୍ରାମରେ ୨ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ,୫ ମୃତ।
୨୦-ନେପାଳରେ ପ୍ରବଳ ତୁଷାରପାତ,ଫସି ରହିଛନ୍ତି ୬ ଭାରତୀୟ ପର୍ଯ୍ୟଟକ,ଉଦ୍ଧାର ପାଇଁ ଚାଲିଛି ଅଭିଯାନ।
