November 1, 2026

ରାଜ୍ୟ ସେତୁ ଓ କୋଠାବାଡ଼ି ଏବଂ ରାସ୍ତା ମରାମତି ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀଙ୍କ କ୍ଷତିଗ୍ରସ୍ତ ସେତୁ ଓ ରାସ୍ତା ପରିଦର୍ଶନ

IMG-20261101-WA0088
Share

ମୋହନା(ଗଣେଶ ବିଷୋୟୀ) ମୋହନା ବ୍ଳକରେ ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ଘଟିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ,ସେତୁ ଓ କଲଭର୍ଟ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ରାଜ୍ୟର ଦୁଇ ଜଣ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ (ରାସ୍ତା)ର ମୁଖ୍ୟଯନ୍ତ୍ରୀ ଇଂ.ନିର୍ମଳ ଚ଼ନ୍ଦ୍ର ଦାଶ ଓ ସେତୁ ଓ କୋଠାବାଡ଼ି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଇଂ.ପ୍ରଭାକର ବେହେରା ମୋହନା ପଞ୍ଚାୟତ ଅଧିନ ଗୁଣ୍ଡ୍ରିଗୁଡ଼ା ବିଜୁ ସେତୁର ଗୋଟିଏ ପାର୍ଶ୍ଵର ଗାର୍ଡ଼ ୱେଲ ଅର୍ଣ୍ଣବ ପ୍ରଭାବରେ ଧୋଇ ହୋଇ ଭାସି ଯାଇଥିବା ଓ ଖାରିଗୁଡ଼ା ଗ୍ରାମ ନିକଟ କଲଭର୍ଟ ଲଗାଣ ବର୍ଷାରେ ଭାସି ଯାଇଥିବା ଏବଂ ମେରାପଲ୍ଲୀ ପଞ୍ଚାୟତ ଅଧିନ ମେରାମା ଗ୍ରାମ ନିକଟ ଆରଡ଼ି ରାସ୍ତା ପରିଦର୍ଶନ କରିଥିଲେ। ଏହା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଇଂ.ରାମଚ଼ନ୍ଦ୍ର ପ୍ରଧାନ, ଏସଡିଓ ଇଂ.ଦିଲ୍ଲୀପ କୁମାର ବେହେରା ଓ କନିଷ୍ଠ ଯନ୍ତ୍ରୀ

ଇଂ.ଜ୍ୟୋତିରଞ୍ଜନ ସାମଲଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଯୁଦ୍ଧକାଳୀନ ଭିତ୍ତିରେ ହୋଇଥିଲା। ଯୁଦ୍ଧ କାଳିନ ଭିତ୍ତି ରେ କ୍ଷତିଗ୍ରସ୍ତ ସେତୁ କାର୍ଯ୍ୟ ଓ ରାସ୍ତା ମରାମତି କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।