November 1, 2026

ଶିଖର ସାହିରେ ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ

IMG-20261101-WA0068
Share

 

 

 

ଛତ୍ରପୁର ତା ୨୬/୧୦/୨୬ (ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମର ଶିଖର ସାହି ପୂଜା କମିଟି ପକ୍ଷରୁ ନିଜସ୍ଵ ପୂଜା ମଣ୍ଡପରେ ଆଜି ଅର୍ଥାତ ରବିବାର ଠାରୁ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି l ମାଁ ଗଜଲକ୍ଷ୍ମୀଙ୍କ ପୂଜା ଏହି ମଣ୍ଡପରେ ଦୀର୍ଘ ୩୭ ବର୍ଷ ଧରି ହୋଇଆସୁଅଛି । ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି l ପ୍ରତ୍ୟେକ ଦିନ ମା ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି ବାହ୍ୟ କୁମ୍ଭ ପୂଜା,ହୋମ ଇତ୍ୟାଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାବିଧୂ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି l ଆଜି ମଧ୍ୟାହ୍ନରେ ଗ୍ରାମ୍ୟ ବନ୍ଧରୁ କଳସ ଯାତ୍ରା କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏହି ପୂଜା ମଣ୍ଡପରେ ପଣ୍ଡିତ ଅନିଲ ପଣ୍ଡାଙ୍କ ପୌରହତିରେ ପୂଜା କାର୍ଯ୍ୟ ସମ୍ପାଦନ ହୋଉଥିଲା ବେଳେ କର୍ତା ଭାବେ ବିଜୟ ନାହାକ ରହିଛନ୍ତି l ଉକ୍ତ ପୂଜାରେ ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଦସ୍ୟଙ୍କ ଦ୍ଵାରା ଆଳତୀ ସହ ଭଜନ ପରିବେଷଣ କରାଯିବ l ଭଷାଣି ନଭେମ୍ବର ୧ ତାରିଖରେ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶିଖର ସାହି ପୂଜା କମିଟି ପକ୍ଷରୁ ଅନିଲ ପଲାଇ, ଗଣେଶ ଗୌଡ଼, ଜଗା ପଲେଇ, ବସନ୍ତ ନାହାକ, ଅନିଲ ନାହାକ, ତୋଫାନ ଗୌଡ଼, କବିରାଜ ଗୌଡ଼, ତପନ ଗୌଡ଼, ଦୀପକ ଗୌଡ଼ , ରିତେଶ ନାହାକ ସହ ଅନ୍ୟ ମାନେ ଉପସ୍ଥିତ ରହି ପରିଚାଳନା କରୁଛନ୍ତି l