April 27, 2026
IMG-20251216-WA0075
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ଜଳେଶ୍ବର ମାଛ ମାର୍କେଟ ଉପରେ ଜଳେଶ୍ବର ପୌର ପରିଷଦର ମିଳିତ ଚଢ଼ାଉ। ଚଢ଼ାଉରେ ମାପ ଓ ଓଜନ ବିଭାଗ ସହ ପୋଲିସ ବିଭାଗ ଚଢ଼ାଉ କରି ଜବତ କରିଛନ୍ତି

ଓଜନ ବଟକରା ସହ ଓଜନ ମେସିନ ଜବତ ବ୍ୟବସାୟୀଙ୍କ ଠୁ ଫାଇନ ଆଦାୟ କରିବା ସହ ସାତ ଦିନ ଭିତରେ ବଟକରା ଓ ଓଜନ ମେସିନ ଠିକ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁଯାଇ ଜଳେଶ୍ବର ବଡ ବଜାର ସ୍ଥିତ ଦୈନିକ ମାଛ ମାର୍କେଟରେ ବିକ୍ରୀ ହେଉଥିବା ମାଛ ନିମ୍ନମାନର ଓ କେମିକାଲ ବୋଳା ମାଛ ଅଭିଯୋଗ ହେବା ପରେ ଚଢ଼ାଉ ହୋଇଛି। ଏହା ସହ ବିକ୍ରି ସମୟରେ ଯେଉଁ ଓଜନ ବଟକରା ଓ ଓଜନ ମେସିନ ବ୍ୟବହାର କରାଯାଉଛି ସେଥିରେ ଅନେକ ତ୍ରୁଟି ରହିଛି ବୋଲି ଜନ ସାଧାରଣଙ୍କ ତରଫରୁ ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା। ଏନେଇ ପୌରପରିଷଦ ପକ୍ଷରୁ ମିଳିତ ଚଢାଇ କରାଯାଇ ବ୍ୟବସାୟୀଙ୍କୁ ସଜାଗ କରିବା ସହ ଉଚିତ ଜିନିଷ ପତ୍ର ବ୍ୟବହାର କରନ୍ତୁ ବୋଲି ଜଳେଶ୍ବର ପୌର କାଯ୍ୟନିବାହୀ ଅଧିକାରୀ ନିର୍ଦେଶ ଦେଇଛନ୍ତି। ତେବେ ଚଢ଼ାଉ ସମୟରେ କିଛି ବ୍ୟବସାୟୀ ଲୁଣି ମାଛରେ ରଙ୍ଗ ବୋଳି ବିକ୍ରୀ କରୁଥିବାର ଦେଖ‌ିବାକୁ ମିଳିଥିଲା । ତା ସହିତ ଓଜନ କରାଯାଇଥିବା ବଢିପାଲା ଓ ବଟକରା ଗୁଢିକ ବହୁ ଦିନରୁ ଓଜନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ନ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ବିଭାଗ ପକ୍ଷରୁ ଜେତେକ ନିମ୍ନ ମାନର ରଙ୍ଗ ବୋଳା ମାଛକୁ ଜବତ କରିବା ସହିତ କେତେଜ ମାଛ ବ୍ୟବସାୟୀଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଥିବାର ଦେଖିବାକୁ ମିଳିଥିଲା.