ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କ ବନ୍ଧୁମିଳନ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ ଷଣ୍ଢପୁର ସ୍ଥିତି ମୁକ୍ତେଶ୍ୱର ମଣ୍ଡପ ପରିସରରେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ କଂଗ୍ରେସ ନେତା ନିରଞ୍ଜନ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ପାରାଦ୍ୱିପ ନଗର କଂଗ୍ରେସ କମିଟି ସଭାପତି କେଦାର ବିଶ୍ୱାଳ ଓ କୁଜଙ୍ଗ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀକାନ୍ତ ଦାସ ଙ୍କୁ ଦଳର ଜିଲ୍ଲା ସଭାପତି ଦେବପ୍ରସାଦ ନାୟକ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ର ଓ ରାଜ୍ୟରେ ଶାସନ କରୁଥିବା ବିଜେପି ସରକାର ତାର ନିର୍ବାଚନ ପ୍ରତିଶୃତି କୁ ଓହରି ଯିବା ସହିତ ଏବେ ଉତ୍ସବ ରେ ବ୍ୟସ୍ତ ରହିବା ବେଳେ ଲକ୍ଷ୍ୟ ଲକ୍ଷ୍ୟ ବୃଦ୍ଧା ବୃଦ୍ଧ, ବିଧବା ଓ ବିକଳାଙ୍ଗ ମାନେ ତିନିମାସ ହେଲା ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି। କଂଗ୍ରେସ ସର୍ବଦା ସଧାରଣ ଜନତାଙ୍କର ସ୍ୱର, ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀ ମାନଙ୍କ ମଧ୍ୟରେ ସେ ଉତ୍ସାହ ଭରିବା ସହ କଂଗ୍ରେସ ଦଳ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ଜିଲ୍ଲା ସଭାପତି ଦେବବ୍ରତ ନାୟକ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ତଥା ଯୁବ ସଂଗଠକ ବିରେନ୍ ଦଳାଇ, ଡାକ୍ତର ବିପିନ ସାମନ୍ତରାୟ, ସୌମ୍ୟରଞ୍ଜନ ରାଉତ, ଆଡଭୋକେଟ୍ ମଞ୍ଜୁଲତା ରାଉତ, ବିଶ୍ଵନାଥ ମଲିକ୍ ପ୍ରମୁଖ ଉପସ୍ଥିତ ରହି ଆଗାମୀ ପଞ୍ଚାୟତ ନିର୍ବାଚନରେ ସଙ୍ଗଠନ କିପରି ଶକ୍ତି ଶାଳୀ ହୋଇ ନିର୍ବାଚନ ଲଢ଼ି ବିଜୟୀ ହେବେ ସେ ଦିଗରେ ଉପସ୍ଥିତି ଥିବା କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
