June 11, 2026

ନିଖୋଜ ବୁଦ୍ଧାଙ୍କ ନର କଙ୍କାଳ ଉଧାର 

IMG-20260611-WA0056
Share

 

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକଙ୍କ ରିପୋଟ ( ଭପାନ୍ତ ଖବର ) ଭଞ୍ଜନଗର ଥାନା ଅନ୍ତର୍ଗତ ଡୂମାକୁମ୍ପା ପଞ୍ଚାୟତ ଗୁଡ଼ିପଦର ଗ୍ରାମ ନିକଟ ଏକ କେନଲ ପାଖରୁ ଏକ ନର କଙ୍କାଳ ଉଦ୍ଦାର ହୋଇଛି । ଖବରପାର ଭଞ୍ଜନଗର ଏସ୍‌ଡିପିଓ ଡ.ଦିପକ କୁମାର ମିଶ୍ର ଓ ଥାନା ଅଧିକାରୀ ଜିବନାନନ୍ଦ ଜେନା ପୋଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କଙ୍କାଳକୁ ସ୍ଥାନିୟ ଲୋକଙ୍କ ଉପସ୍ତିତିରେ ଉଦ୍ଦାର କରି ବ୍ୟବ ଛେଦ ପାଇଁ ବ୍ରହ୍ମପୁର ଏଫଏମଟିକୁ ପଠାଜିବା ସହ କେସ୍ ନଂ ୧୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି । ତେବେ ଉଦ୍ଦାର ହୋଇଥିବା ନର କଙ୍କାଳଟିର ପ୍ରକୃତ ପରିଚୟ ଗୁଡ଼ିପଦର ଗ୍ରାମର ସୁନ୍ଦରୀ ନାୟକ (୭୧) ଅଟେ। ସାଗ କିମ୍ବା ଫୁଲ ତେଳିବାକୁ ଗ୍ରାମଠାରୁ କିଛି ଦୁର ଜାଇଥିଲେ ଏହାପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିବାପରେ ନିରାଶ ହୋଇ ସେସରେ ନିଖୋଜ ନେଇ ଏକ ମାମଲା ଦେଇଥିଲେ । ଏହାପରେ ପୋଲିସ୍ ୨୯ ନଂରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।