ରୂପସା ଇଲେକ୍ଟ୍ରୀ ଅଫିସରେ ଜେଇଙ୍କୁ ଘେରିଲେ ଶତାଧିକ ମହିଳା.
ବାଲେଶ୍ବର ( ଦେବାଶିଷ ଦାଶ )
ଦିନକୁ ଦିନ ବିଜୁଳି ବିଭାଗ କର୍ମଚାରୀଙ୍କ ଜୋଲମର ଶିକାର ହେଉଥିବାବେଳେ ୧୦ ଟାରୁ ରୂପସା ଇଲେକ୍ଟ୍ରୀ ଜେଇଙ୍କୁ ଘେରିଲେ ଶତାଧିକ ମହିଳା।ଘଟଣାରୁ ପ୍ରକାଶ ମିଟର ଡିଫେକ୍ଟ କହି ରୂପସା କସିପଦା ସାମିଲ ହାସିନପୁର ପଞ୍ଚାୟତ କବିତା ବେହେରା ଉପରେ ଫାଇନ କରାଯାଇଥିବାବେଳେ ଗୌରୀ ମଣୀ ବୈଠା.ଗେହ୍ଲାମଣୀ ବୈଠା.ସୀତାବେହେରା ସରସ୍ବତୀବୈଠା ସମେତ ଶତାଧିକ ମହିଳା ପୁରୁଷ ରୂପସା ଇଲେକ୍ଟ୍ରୀ ଅଫିସ ପହଞ୍ଚି ଜେଇଙ୍କୁ ଅଭିଯୋଗ କରିବା ସହିତ ମିଛରେ ବାୟପାସ କହି ଜୋରିମାନା କରିବା ଓବିଭିନ୍ନ ସମୟରେ ବିଲ ପଇଠକଲାପରେ ରସିଦ ନ ଦେଇ ପୁଣି ପର ମାସକୁ ପୁଣି ବିଲ ଲଗାଇବାଘଟଣା ପ୍ରତିବାଦରେ ଜେଇ ସୁଜିତ ଭଟାଚାୟ ଙ୍କୁ ଘେରିଥିଲେ ।ଖବର ପାଇ ରୂପସା ଥାନା ଅଧିକାରୀ ମୌଷମୀ ମହାନ୍ତି ଘଟଣାସ୍ଥଳରେ ଏକପ୍ଲାଟୁନ ପୁଲିସ ମୁତୟନ କରି ଥିଲେ ।ମହିଳା ମାନଙ୍କୁ ଆସନ୍ତା ୧୬ତାରିଖ ମଙ୍ଗଳବାର ରୂପସା ଥାନାରେ ବୁଝିବେ ବୋଲି ପ୍ରତିଶୃତି ଦେବାପରେ ଅପରାହ୍ନ ୨ଟା୩୦ମିନିଟରେ ଅନ୍ଦୋଳନ କାରୀ ମାନେ ଆନ୍ଦୋଳନରୁ ଓହରିଥିଲେ ।ପ୍ରକାଶ ଥାଉକି ୩ଦିନଧରି ଭିନ୍ନଭିନ୍ନ ଅଭିଯୋଗ ବିଦ୍ଯୁତ ଉପଭୋକ୍ତାମାନେ କରୁଥିଲେମଧ୍ଯ ଜେଇ ଶ୍ରୀ ଭଟାଚାୟ ନିରବ ରହୁଛନ୍ତି।ଏସଡିଓ କି ଏସି ଏ ପର୍ଯ୍ଯନ୍ତ କୌଣସି ପ୍ରତିକାର କରିନାହାନ୍ତି ଯାହାଫଳରେ ଗ୍ରାହକମାନଙ୍କ ମଧ୍ଯରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଛି ।
