August 26, 2026

କୋରାପୁଟ ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ..

IMG-20260616-WA0032
Share

 

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ ୧ ଏବଂ ଏ ୨ଗ୍ରେଡ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।୧୯ ଜଣ ଏ ୧ ଛାତ୍ରଛାତ୍ରୀ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କା ଏବଂ ୧୦୧ ଏ ୨ ଛାତ୍ରଛାତ୍ରୀ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶିର ଚେକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲକା ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉଁତା,କୋଟପାଡ଼ ବିଧାୟକ ରୁପୁ ଭତରା. ବିଧାୟକ ଦଳ ନେତା ତଥା ପଟାଙ୍ଗୀ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମ୍,କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ଉପସ୍ଥିତ ଥିଲେ।(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଉପାନ୍ତ ଖବର)

You may have missed