ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ବିଭିନ୍ନ ପ୍ରତିଯୋଗିତା..
୧୧/୦୬/୨୦୨୬ ଆଜି ଅପରାହ୍ନରେ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ସେଣ୍ଟର୍ ଠାରେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନୃତ୍ୟ ପରିବେଷଣ,ରଜକୁଇଁନ,ତର୍କ, କାକରା ପିଠା ପ୍ରତିଯୋଗିତା ପ୍ରଭୃତି ହୋଇଥିଲା ସମ୍ପାଦିକା ତନୁଜା ଶତପଥୀ, ସଭାପତି ଲୋକନାଥ ମିଶ୍ର, ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ଶରତ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ, ଭାଗବତ ପାଢ଼ୀ, ରାମଚନ୍ଦ୍ର ପାଢ଼ୀ, ତ୍ରିପତି ପ୍ରସାଦ ପଣ୍ଡା ଥିଲେ। ଚଳିତ ମାସ ୧୫.୦୬.୨୬ ଦିନ ବିଜୟୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।
