April 25, 2026

ନ୍ୟାସନାଲ ଡ୍ୟାନ୍ସ ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ 

IMG-20251116-WA0006
Share

କୁଜଙ୍ଗ 15/11 ନୃତ୍ୟ ଅନୁଷ୍ଠାନ ନ୍ୟାସନାଲ ଡ୍ୟାନ୍ସ ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଶନିବାର କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସମାଜ ସେବୀ ବିକ୍ରମ ନାରାୟଣ ଦାସ ଅତିଥି ଭାବେ ଯୋଗଦେଇ ଉତ୍ସବ ଉଦଘାଟନ କରିଥିଲେ l ପ୍ରତିଷ୍ଠାନର ପରାମର୍ଶଦାତା ଡକ୍ଟର ରଘୁ ସାହୁ , ଏକାଡେମୀ ପରିଚାଳନା ସଦସ୍ୟା ଶୁଭାସିନି ମହାପାତ୍ର , ନିହାରିକା ମହାନ୍ତି ଓ କିରଣବାଳା ନାୟକ ଉତ୍ସବ ଆରମ୍ଭରେ ନୃତ୍ୟ କଳା ସମ୍ପର୍କରେ ପ୍ରତିଯୋଗୀ ନୃତ୍ୟଶିଳ୍ପୀଙ୍କୁ ପରାମର୍ଶ ଦେଇଥିଲେ l କୁନି ନୃତ୍ୟଶିଳ୍ପୀମାନେ ନୃତ୍ୟପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ l ବିଶିଷ୍ଟ ନୃତ୍ୟଗୁରୁ ମାଷ୍ଟର ଵାପିଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏକାଡେମୀ ସଂଯୋଜକ ଗୀତିକାର ଓ ସଂଗୀତ ନିର୍ଦେଶକ ସଞ୍ଜୟ ଓଝା ଧନ୍ୟବାଦ ପ୍ରଦାନ କରିଥିଲେ lଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର