November 26, 2024

ବିଶିଷ୍ଟ ସମାଜସେବୀ କାମପାଳ ପାତ୍ର ଙ୍କ ସ୍ମୃତି ସଭା ଆୟୋଜିତ 

Share

 

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଂଚଳର ବିଶିଷ୍ଟ ସମାଜସେବୀ ତଥା ରାଜନୀତିଜ୍ଞ ସ୍ଵର୍ଗତ କାମପାଳ ପାତ୍ର ଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ସଭା ଆୟୋଜିତ ହୋଇଯାଇଛି। ସଭାରେ ଉଲୁଣ୍ଡା ବ୍ଲକ ଅଞ୍ଚଳ ର ବିଭିନ୍ନ ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ଯୁବ ମହାସଂଘ ଉଲୁଣ୍ଡା, ରାମଜୀ କ୍ଲବ ମାଟିଖାଇ, ଭରଷା ପରିବାର ଉଲୁଣ୍ଡା, ଏସ୍ ଡି ଏ ଆର କ୍ଲବ, ଗଣ୍ଡାବହାଲ, ଆସ୍ଥା କ୍ଲବ, ଡୁମାଲ ପରିଷଦ ଉଲୁଣ୍ଡାର ବିଭିନ୍ନ କର୍ମକର୍ତ୍ତା ଯୋଗଦାନ କରି ସ୍ଵର୍ଗତ ପାତ୍ର ଙ୍କ ସ୍ମୃତି ଚାରଣ କରିଥିଲେ।ମୂରଲୀଧର ମହାକୁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ରାଜନେତା ହିମାଂଶୁ ଶେଖର ତ୍ରିପାଠୀ, ଧର୍ମନିରଞ୍ଜନ ପଣ୍ଡା, ମୀନକେତନ ମହାକୁର, ବୈଷ୍ଣବ ତରାଇ, ଅତିଥି ଭାବରେ ଯୋଗଦାନ କରିଥିଲେ l ବିଶ୍ୱଜିତ୍ ପାତ୍ର ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ l ମହେଶ ରଞ୍ଜନ ପୁରୋହିତ, ଦିଲ୍ଲୀପ ପୁରୋହିତ, ସତ୍ୟ ଥପା, ଚିତ୍ତରଞ୍ଜନ ମିଶ୍ର, ସନ୍ତୋଷ ଭୁକ୍ତା, ବାସୁଦେବ ଭୋଇ, ଗୋବିନ୍ଦ ତରାଇ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା ୨୨ ତାରିଖ ରବିବାର ଦିନ ଉଲୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଏକ ରକ୍ତ ଦାନ ଶିବିର କରାଯିବା ନେଇ ସର୍ବ ସମ୍ମତିରେ ନିଷ୍ପତ୍ତି ହୋଇଥିଲା।ଏହି ଅବସରରେ ଜିଲ୍ଲା ଡୁମାଳ ପରିଷଦ ସଭାପତି ଅଶ୍ଵିନୀ ମହାକୁର ବିଭିନ୍ନ ସ୍ଵେଚ୍ଛାସେବୀ ଓ ମାହେଶ୍ୱରୀ ସେନାର ସହଯୋଗ କାମନା କରିଥିବାବେଳେ ବିଶ୍ଵଜିତ ପାତ୍ର ସଭା ସଂଯୋଜନା କରିଥିଲେ ଓ ସନ୍ତୋଷିନୀ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ l

 

ଉଲୁଣ୍ଡାରୁ ଶାନ୍ତନୁ କୁମାର କର୍ଣ୍ଣ ଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.