April 28, 2026

ପରମ ପ୍ରେମାମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ଶୁଭ ୧୩୭ ତମ ଜନ୍ମ ଦିବସ ମହୋତ୍ସବ

IMG-20240916-WA0056
Share

      ଗତ ୧୫.୦୯.୨୦୨୪ ରବିବାର ଦିନ ସତସଙ୍ଗ ବିହାର କୁଜଙ୍ଗ ପରିସର ରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ୧୩୭ ତମ ଶୁଭ ଜନ୍ମ ଦିବସ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଅଛି।

ଏହି ଉତ୍ସବରେ ପ୍ରାତଃ ସମୟରୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ଭିତର ଦେଇ ସମବେତ ବିନତୀ ପ୍ରାର୍ଥନା,ସଦଗ୍ରନ୍ଥ ପାଠ ଏବଂ ତା ପରେ ସକାଳ ଠିକ୍ ୦୭:୦୫ ମିନିଟ୍ ସମୟରେ ଶ୍ରୀ ଶ୍ରୀ ଠାକୁରଙ୍କର ଶୁଭ ଜନ୍ମ ଲଗ୍ନ ଘୋଷଣା ଏବଂ ସକାଳ ଠିକ୍ ୧୧:୩୦ ସମୟରେ “ସତସଙ୍ଗ” ଅନୁଷ୍ଠିତ ହୋଇଥିଲା।

ଏହି ସତସଙ୍ଗ ଉତ୍ସବକୁ ଶ୍ରୀଯୁକ୍ତ କବିଚନ୍ଦ୍ର ମହାନ୍ତି (ସ.ପ୍ର.ଋ)ପରିଚାଳନା କରିଥିଲେ ଏବଂ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ

(ସ . ପ୍ର. ଋ.) ସହାୟତା କରିଥିଲେ।

ଏହି ଉତ୍ସବ ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ୧୦୦୦ ରୁ ଉର୍ଦ୍ଧ୍ବ ଶ୍ରୀ ଶ୍ରୀ ଠାକୁରଙ୍କର ଅନୁଗାମୀ ଭକ୍ତମାନେ ଆସିଥିଲେ।

ସତସଙ୍ଗ ରେ ଶ୍ରୀ ଶ୍ରୀ ଠାକୁରଙ୍କର ପ୍ରଦର୍ଶିତ ମାର୍ଗରେ ମଣିଷ ଚାଲିଲେ ନିଜର କୁଚରିତ୍ର ଟା ସଜାଡି ହୋଇ ସୁଚରିତ୍ରରେ ପରିବର୍ତ୍ତନ ହୋଇ ସେଇ ମଣିଷଟା ଗୋଟିଏ ଭଲ ମଣିଷରେ ରୂପାନ୍ତରିତ ହୋଇ ପାରିବ, ଯାହାକୁ ସମସ୍ତେ ଭଲ ପାଇବେ ଭରଷା କରିବେ ଆଉ ବିଶ୍ଵାସ କରିବେ ବୋଲି ବକ୍ତା ମାନେ ତାଙ୍କର ବକ୍ତବ୍ୟ ଭିତରେ ଜଣାଇ ଥିଲେ।

ମଧ୍ୟାହ୍ନ ଠିକ୍ ୧ ଘଟିକା ସମୟରେ ଭଣ୍ଡାରା ଆୟୋଜିତ ହୋଇଥିଲା,ଏଥିରେ ଭାତ ଡାଲମା ଖଟା ଏବଂ ଖିରି ପରିବେଷଣ କରାଯାଇଥିଲା। ମନ୍ଦିର ପରିବେଶ କୁ ସୁନ୍ଦର ଭାବରେ ବିଭିନ୍ନ ପ୍ରକାର ଫୁଲ ଏବଂ ବେଲୁନ ରେ ସଜା ସଜି କରାଯାଇଥିଲା।କିଛି ନୂଆ ଲୋକ ଠାକୁରଙ୍କ ସତ୍ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ଶେଷରେ ସଂଧ୍ୟା ପ୍ରାର୍ଥନା ପରେ ପରେ ବିଭିନ୍ନ ଆଲୋକ ମାଳାରେ ମନ୍ଦିର ଝଳସି ଉଠିଥିଲା, ଯୁବକ ଭାଇ ମାନେ ଆକାଶ ଦୀପ ଜଳାଇ ଖୁସି ମନାଇ ଥିଲେ।

ସଂପୂର୍ଣ୍ଣ ଉତ୍ସବ ଟିକୁ ବିଶେଷ କରି ଯୁବ ଭାଇମାନେ ସୁ ପରିଚାଳନା କରିଥିଲେ। ତେଣୁ ସମସ୍ତ ମହଲରୁ ସେମାନଙ୍କୁ ସହଯୋଗ ଓ ଶୁଭେଚ୍ଛା ମିଳିଥିଲା।