ଉତ୍କଳ କଳାକାର ଏକାଡେମୀ ଜଗତସିଂହପୁର ଶାଖା,ର ବନ୍ଧୁ ମିଳନ ଓ କାର୍ଯ୍ୟକର୍ତ୍ତା ଚୟନ
ତିର୍ତୋଲ, ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଦିନକୁ ଦିନ ଲୁପ୍ତପ୍ରାୟ ହେବାକୁ ବସିଥିବା ଲୋକକଳା ଭାବେ ଗୀତିନାଟ୍ୟ, ବାଉଁଶ ରାଣୀ, ଧୁଡୁକି ନାଟ, ଦାସକାଠିଆ, ଗୋଟିପୁଅ ନାଟ,ଦଣ୍ଡନାଟ ଆଦି କଳାକୁ ଉଦ୍ଜୀବିତ କରାଇବା ଏବଂ ଦୁସ୍ଥ କଳାକାରଟିଏ ଆର୍ଥିକ ଅନାଟନ ସହିତ କଳାକାର ଜୀଵନ କୁ ନେଇ କିପରି ବଞ୍ଚି ରହିଛି l ଅଭାବ ଅସୁବିଧାରେ କିମ୍ବା ରୋଗାକ୍ରାନ୍ତ ଜୀବନରେ କିପରି ସରକାରୀ ସହାୟତା ପାଇ ପାରିବ, ସେଇ ଉଦ୍ଦେଶ୍ୟ କୁ ଆଖି ଆଗରେ ରଖି ଉତ୍କଳ କଳାକାର ଏକାଡେମୀ ତାର ପ୍ରୟାସ ଜାରି ରଖିଛି l ଏହି ଏକାଡେମୀର ମହତ କାର୍ଯ୍ୟରେ ଯେପରି ସବୁ ବର୍ଗର କଳାକାର ଯୋଡିହୋଇ ପାରିବେ ସେଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକାଡେମୀର ଶାଖା କାର୍ଯ୍ୟାଳୟ ଖୋଲା ଯାଇଛି l ଜଗତସିଂହପୁର ଜିଲ୍ଲା ଶାଖାର ଏକ ବନ୍ଧୁ ମିଳନ ପର୍ବ ତିର୍ତ୍ତୋଲ ସାରଳାରୋଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ ଜିଲ୍ଲା ସଭାପତି ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ବିଶ୍ୱକଳାକାର ଜଗନ୍ନାଥଙ୍କ ନିକଟରେ ସମସ୍ତ ବିଷୟକୁ ଉତ୍ସର୍ଗ କରି ଜୟଧ୍ୱନି ଦିଆଯାଇଥିଲା l ଉପସ୍ଥିତ କଳାକାର ମାନେ ନିଜନିଜର ପରିଚୟ ଦେବା ସହିତ କିଏ କେଉଁ କଳାକୁ ଆପଣେଇ ନେଇଛନ୍ତି, ତାହା ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ପିଙ୍କିନା ସ୍ୱାଇଁ, ସମ୍ପାଦକ ରଞ୍ଜନ କୁମାର ମଲ୍ଲିକ, କୋଷାଧକ୍ଷ ଭାଗବତ ପ୍ରସାଦ, ଅଇନି ପରାମର୍ଶ ଦାତା,ଆଡ଼ଭୋକେଟ ପ୍ରଶାନ୍ତ କୁମାର ଦାସ, ଲକ୍ଷ୍ମୀପ୍ରିୟା ଦାସ,ସୁଶାନ୍ତ ଜେନା, କବି ତଥା ପାଲାକାର ଦିଗମ୍ବର ରାଉତ, ସଂଗୀତକାର, କଣ୍ଠଶିଳ୍ପୀ ସାରଦା ପ୍ରସାଦ ଶତପଥି, ମଞ୍ଚ କଳାକାର ପ୍ରକାଶ ସେନାପତି, ମଞ୍ଚ କଳାକାର ନିତ୍ୟାନନ୍ଦ ନାୟକ, ଅରୁଣ କାନ୍ତ ସାମନ୍ତରାୟ ପ୍ରମୁଖ ଯୋଗଦେଇ ମିଳନ ପର୍ବକୁ ଉତ୍ସାହିତ କରିଥିଲେ l ଖୁବଶୀଘ୍ର ସମସ୍ତ ବ୍ଲକର ଉତ୍ସ।ହୀ ସୁନାମଧନ୍ୟ କଳାକାର ମାନଙ୍କୁ ମନୋନୀତ କରାଯାଇ ଜିଲ୍ଲା କମିଟିକୁ ସୁଦୃଢ କରାଯିବ ଏବଂ ରାଜ୍ୟ କମିଟିର ଅନୁମୋଦନ ପାଇଁ ପଠାଯିବାର ଆଲୋଚନା କରାଯାଇଥିଲା l ସର୍ବ ଶେଷରେ ସୁଶାନ୍ତ ଜେନା ଉପସ୍ଥିତ କଳାକାର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
