April 30, 2026

ହିର୍ଲିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

IMG-20250816-WA0059
Share

 

 

ବରଗଡ(ସୁରେନ୍ଦ୍ର କଠାର)

 

 

ଅଦ୍ୟ ତା ୧୬-୦୮-୨୦୨୫ ରିଖ ହିର୍ଲିପାଲି କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହିର୍ଲିପାଲି ଠାରେ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଚିଦା ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ବାଗ । ଏହି ସଭାରେ ପୂର୍ବରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ହାରାଧନ ବଞ୍ଛୋର, ବୁଦ୍ଧଦେବ ନାଏକ, ସି.ଆର.ସି.ସି. ଋଷୁଭ ପଣ୍ଡା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ରୀତା ଖମାରୀ ଙ୍କୁ ମାନପତ୍ର,ଉପଢୌକନ ଏବଂ ଫୁଲତୋଡ଼ା ପ୍ରଦାନ କରି ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ସି.ଆର.ସି.ସି ନୃପ ଭୋଇ,ରଞ୍ଜନ ବାଗ,ନନ୍ଦିଘୋଷ ଭୁଏ ଏବଂ ଧରମ ନାଏକ । ଏହି କାର୍ଯ୍ୟକ୍ରମରେ ହିର୍ଲିପାଲି କ୍ଲଷ୍ଟର ଅଧୀନ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । କ୍ଲଷ୍ଟର ର ଶିକ୍ଷକ ଅର୍ଜୁନ ଚନ୍ଦ୍ର ପରିଡ଼ା,କୌଶିକ ଦାଶ,ଆଶିଷ କୁମାର ନାଥ , ଶୁଭ୍ରାଂଶୁ ସାହୁ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷକ ନିରଞ୍ଜନ ଭୁଏ ।