April 30, 2026

ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟର ବୈଠକ

IMG-20250816-WA0063
Share

ବୁଗୁଡ଼ା : ତା ୧୬/୦୮/୨୫ : ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟର ଏକ ବୈଠକ ସଭାପତି ବିଶ୍ବ ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମସ୍ତ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଯୋଗ ଦେଇଥିଲା ବେଳେ ଏ ଅବସରରେ ଟ୍ରଷ୍ଟର ଆଜୀବନ ସଦସ୍ୟ ଲକ୍ଷ୍ମୀ ନାରାୟଣ ଦାଶଙ୍କ ଅକାଳ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ ସହ ସ୍ୱର୍ଗତ ଦାଶଙ୍କ ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ଉପସ୍ଥିତ କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ପାତ୍ର,ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ନାୟକ, ପଦ୍ମ ଚରଣ ପଣ୍ଡା,ମନୋରଞ୍ଜନ ,କେ.ଗଙ୍ଗାଧର ଦୋରା ,ନନ୍ଦକିଶୋର ମିଶ୍ର ,ଭି.ରାଜେନ୍ଦ୍ର ରାଓ ଦୋରା, ବଂଶୀଧର ଦାଶ ପ୍ରମୁଖ ସ୍ୱର୍ଗତ ଦାଶଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ଯପକ୍ଷରେ ପ୍ରାଥମିକ ଶିକ୍ଷକ ସଂଘ ପୂର୍ବତନ ସଭାପତି ମନୋରଞ୍ଜନ ଦାଶ ଓ ପଦ୍ମ ଲୋଚନ ଗୌଡଙ୍କୁ କାର୍ଯ୍ୟକାରୀ ପରିଷଦ ସଦସ୍ୟ ରୁପେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା ।