June 25, 2026

ବୀରମହାରାଜପୁର ବିଜୁ ପଟନାୟକ ମିନି ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳିତ

IMG-20230816-WA0002
Share

ବୀରମହାରାଜପୁର ବିଜୁ ପଟନାୟକ ମିନି ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳିତ

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ୭୭ ତମ ସ୍ବାଧିନତା ଦିବସ ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ଼ ର ଅଭିବାଦନ ଗ୍ରହଣ କରିଥିଲେ l ଜନସାଧାରଣ ଙ୍କ ଉଦ୍ଦେଶ୍ୟ ରେ ଅଭିଭାଷଣ ଦେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସୃତି ଚାରଣ କରିଥିଲେ lଏଥିରେ ୩୪ଟି ପ୍ୟାରେଡ଼ ଦଳ ଅଂଶଗ୍ରହଣ କରିଥିଲେ l ଶିକ୍ଷା ବିଭାଗ ର ଏକ ପ୍ରଜ୍ଞାପନ ମେଢ଼ ବେଶ ମନଛୁଆଁ ହେଇଥିଲା lଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ସ୍କୁଲ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା lପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ପରିଚାଳନା କରିଥିଲେ ।

You may have missed