May 14, 2026

ରାମନାଗୁଡାରେ ଟ୍ରମାକେୟାର ସେଣ୍ଟର ଓ ଯୁକ୍ତ୩ କଲେଜ ପାଇଁ ଜମି ଯୋଗାଇଦେବାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

IMG-20240716-WA0014
Share

 

 

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଟ୍ରମାକେୟାର ସେଣ୍ଟର , ପ୍ରଥମ ରେଫରାଲ ୟୁନିଟ ଓ ଯୁକ୍ତ୩ କଲେଜ ପାଇଁ ଆବଶ୍ୟକୀୟ ଜମି ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଆଜି ଗୁଣୁପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଭେଟି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ତେବେ ରାଜ୍ୟସରକାରଙ୍କ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ସ୍ତର ବିଶିଷ୍ଟ ଟ୍ରମାକେୟାର ସେଣ୍ଟର ଓ ପ୍ରଥମ ରେଫରାଲ ୟୁନିଟ ପାଇଁ ଅନୁମତି ପତ୍ର ସଂଖ୍ୟା ୧୪୩୪୪/୦୫.୦୬.୨୦୨୪ ଏଥି ନିମନ୍ତେ ୧୦ଏକର ଜମି ଆବଶ୍ୟକ ଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ୨୨ଏକର ପରିମିତ ଜମିଥିବା ବେଳେ ସେଥିମଧ୍ୟରୁ ୧୦ଏକର ଜମି ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିପରି ରାମନାଗୁଡା ଠାରେ ଯୁକ୍ତ ତିନି କଲେଜ ପାଇଁ ଆବଶ୍ୟକ ପରିମାଣ ଜମି ଯୋଗାଇଦେବାକୁ ନେଇ ଚାକୁଣ୍ଡା ମୋଜା ଠାରେ ଥିବା ଖାତା ନମ୍ବର ୮୪ ରେ ଥିବା ସରକାରୀ ଜମିରୁ ୧୦ଏକର ଜମି ଯୋଗାଇ ଦେବା ସହ ରାମନାଗୁଡା ବସଷ୍ଟାଣ୍ଡ ପାର୍ଶ୍ବରେ ଠାରେ ନୂତନ ଭାବେ ନିର୍ମିତ ଦୋକାନଗୃହ ଗୁଡ଼ିକୁ ବସଷ୍ଟାଣ୍ଡ ପାଚେରୀ ମଧ୍ୟରେ ଅନ୍ତର୍ଭୁକ୍ତ କରିବା ଆଦି ନେଇ ସ୍ଥାନୀୟ ଲୋକେ ପୃଥକ୍ ପୃଥକ୍ ଭାବେ ୩ଗୋଟି ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ସେହିପରି ରାମନାଗୁଡା ବ୍ଲକ ଉପରେ ଆଖପାଖ ଅଞ୍ଚଳର ଅନେକ ଜନସାଧାରଣ ଏହାର ନିର୍ଭରଶୀଳ ହୋଇପଡ଼ିଥିବା ବେଳେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବା ନେଇ ଏହା ସହାୟକ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଖୁବଶୀଘ୍ର ତହସିଲଦାର ଜମି ଚିହ୍ନଟ କରି ଜମି ହସ୍ତାନ୍ତର କଲେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ତାଙୁଡୁ ଶ୍ରୀଧର, ଜଗଦୀଶ ନାୟକ ବେହେରା, ସଞ୍ଜୟ ପ୍ରଧାନ,ବିନଦ ପଣ୍ଡା,ବୁନା ମହାପାତ୍ର,ଗଗନ ଆଚାର୍ଯ୍ୟ, ନିର୍ମଳ ଖାମ୍ବା,ଅମିତ ମହାରଣା,ମକର ଧୋବା,ହେମାରାଓ କଂସ ବେହେରା, ବାଞ୍ଛାନିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

 

ରିପୋର୍ଟ ସଞୀବ କୁମାର ଦାଶ