May 19, 2024
Share

ଅସ୍ତରଙ୍ଗ,,ପ୍ରଦେଶ କଂଗ୍ରେସ ଉପ ସଭାପତି ଶ୍ରୀ ବିଶ୍ବ ଭୂଷଣ ଦାସ ଏହି କିଛି ଦିନ ତଳେ କଂଗ୍ରେସ ଦଳରୁ ରିଜାଇନ କରି ବି ଜେ ପି,ଦଳରେ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ର କେତୋଟି ହାତ ଗଣତି କଂଗ୍ରେସ କର୍ମୀ ଙ୍କୁ ନେଇ ବି ଜେ ପି, ଅଫିସରେ ପହଞ୍ଚି ଦଳରେ ଯୋଗ ଦେଇ ଥିଲେ । ତାଙ୍କୁ ବି ଜେ ପି, ର ଓଡ଼ିଶା କର୍ତ୍ତୃପକ୍ଷ କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଦେବାର ପ୍ରତି ସୃତି ଦେବା ସହ,ଭୁବନେଶ୍ୱର ପାର୍ଟି ଅଫିସରେ ମହା ଯାକ କାମ ଜମକରେ ମିଶ୍ରଣ ପର୍ବ ଆରମ୍ଭ ହୋଇ ଥିଲା । ବିଶ୍ବ ବାବୁ ଟିକେଟ ପାଇବା ଆଶାୟୀ ନେଇ ନିର୍ବାଚନ ମଣ୍ଡଳୀ ବୁଲିବା ଆରମ୍ଭ କରିଦେଇ ଥିବା ବେଳେ,ମଙ୍ଗଳବାର ଦିନ ଓଡ଼ିଶା ବି ଜେ ପି, କର୍ତ୍ତୃପକ୍ଷ ବିଶ୍ବ ଦାସ ଙ୍କ ବଦଳରେ ନିମାପଡା ର ପୂର୍ବତନ ବିଧାୟକ ବାଇଧର ମଳିକ ଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ପ୍ରଦାନ କରି ଅଛି । ଏହି କଥା ପ୍ରଚାର ହେବା ମାତ୍ରେ କିଛି ଲୋକ ଏହାର ପ୍ରତିବାଦ କରିଥିବା ବେଳେ,କଂଗ୍ରେସ ରୁ ବି ବି ଜେ ପି ,ରେ ମିଶିଥିବାରୁ , ବହୁ ସାଧାରଣ ଜନତା, ବି ଜେ ପି , ର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଦେଖାଯାଉ ଆଗାମୀ ଦିନରେ ବିଶ୍ବ ଙ୍କ ରାଜନୈତିକ ଗତୀ ବିଧି କୋଉ ଆଡ଼କୁ ଗତି କରୁ ଅଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଶ୍ରୀ ବିଶ୍ବ ଭୂଷଣ ୨୦୧୯ରେ କଂଗ୍ରେସ ଦଳର ପ୍ରାର୍ଥୀଭାବେ ପ୍ରତି ଯୋଗିତା କରି ପ୍ରାୟ ୪୮ପାଖାପାଖି ଭୋଟ ପାଇ ଥିଲେ ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ)