April 30, 2026

ଛତ୍ରପୁର ଠାରେ ହନୁମାନ ଜୟନ୍ତୀ ପାଳିତ ସ୍ଥାନୀୟ ବିଧାୟକ ଯୋଗ ଦେଇ କଲେ ପୂଜାର୍ଚନା

mokk
Share


ଛତ୍ରପୁର ୧୪/୪ : ଓଡିଆ ନବବର୍ଷ ଆରମ୍ଭ ବିଷୁବ ସଂକ୍ରାନ୍ତି ଅବସରରେ ଛତ୍ରପୁର ଏବଂ ଆଖପାଖ ଅଞ୍ଚଳରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳନ ହୋଇଛି । ପୋଡପଦର ପଞ୍ଚାୟତ କୁମାର ବେଗପଲ୍ଲୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା, ହୋମଯଜ୍ଞ ଏବଂ ପୂଜା ଅର୍ଚନା କରିବା ସହ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏହି ଅବସରରେ ଛତ୍ରପୁର ସହର ସମେତ ଏହାର ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିଲା । ମହାବୀରଙ୍କ ଦର୍ଶନ କରିବା ସହ ହନୁମାନ ଚାଳିଶାରେ ଭାଗ ନେଇଥିଲେ । ମଧ୍ୟାହ୍ନରେ ଅନ୍ନ ପ୍ରସାଦ ପରେ ସନ୍ଧ୍ୟାରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜକୁ ପ୍ରାୟ ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳର ଭକ୍ତମାନେ ଏଭଳି ହନୁମାନଙ୍କ ଜୟନ୍ତୀକୁ ମହା ଆଡମ୍ବରେ ପାଳନ କରି ଆସୁଛନ୍ତି । ସେହପରି ଛତ୍ରପୁର ରେଡ୍ଡି ସାହି ଛକ ଠାରେ ଥିବା ହନୁମାନ ବିଗ୍ରହଙ୍କ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ହନୁମାନଙ୍କ ଅନ୍ନ ଭୋଗ ଅନୁଷ୍ଠିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ । ସେହିପରି ପୁତି ଗୋପାଳପୁର ଗ୍ରାମ ନିକଟରେ ଥିବା ହନୁମାନ ବିଗ୍ରହ ମଧ୍ୟ ଆଜି ପୂଜା ପାଇଥିଲା । ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ କାଉନସିଲର ତଥା ବିଜେଡି ନଗର ସଭାପତି ବି. ରାଜିବାବୁ, ପୂର୍ବତନ କାଉନସିଲର ବି. ଜୟନ୍ତି ଦୋରା,କାଉନସିଲର ଟି. ଗଣେଶ ରେଡ୍ଡୀ ଙ୍କ ସମେତ ବହୁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ହନୁମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହା ସହ ମଧ୍ୟାହ୍ନରେ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ସହରର ଜେଲ ନିକଟସ୍ଥ ହନୁମାନ ମନ୍ଦିର, ରେଳଷ୍ଟେସନ ନିକଟ ମହାବୀର ନଗର ହନୁମାନ ମନ୍ଦିର, ରିକାପଲ୍ଲୀ ସ୍ଥିତ ଭଣ୍ଡାରୀସାହି ହନୁମାନ ବିଗ୍ରହ, ତାଡେପଲ୍ଲୀ ସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ଥିବା ହନୁମାନ ମନ୍ଦିର, ପିଲିବନ୍ଧ ହନୁମାନ ମନ୍ଦିର, ଗୌରୀଶଙ୍କର ମନ୍ଦିର ନିକଟସ୍ଥ ହନୁମାନ ବିଗ୍ରହ ପ୍ରତିମୂର୍ତ୍ତି, ପୋଡାପଦର ଗ୍ରାମର ହନୁମାନ ବିଗ୍ରହ, ଚିକଲଖଣ୍ଡି ଗ୍ରାମ ହନୁମାନ ବିଗ୍ରହପ୍ରତିମୂର୍ତ୍ତି ଠାରେ ଜୟନ୍ତୀକୁ ପାଳନ କରାଯାଇଛି । ଏଥିସହ ସହରର ଏବଂ ଗ୍ରାମର ବିଭିନ୍ନ ଗଳିକନ୍ଦିରେ ହନୁମାନ ଜୟନ୍ତୀ ଅବସରରେ ପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା ।(ଅରୁଣ କୁମାର ପଣ୍ଡା )

You may have missed