ପୁରୀରେ ବିଭିନ୍ନ ସମାଜସେବା ଅନୁଷ୍ଠାନ ଗୁଡିକୁ ସମ୍ମାନିତ କରାଯିବା ସହିତ ସମାଜସେବୀ ମାନଙ୍କୁ ସମ୍ମାନିତ କରାଯାଇଛି
ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକର ବାବା ଅର୍ଜୁନେଶ୍ୱର ଦେବ ସାମାଜିକ କଲ୍ୟାଣ ସଂଗଠନ ପକ୍ଷରୁ ଅନୁଷ୍ଠାନ ର ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ଅଧକ୍ଷତାରେ ପୁରୀ ଚକର୍ତ୍ତିଥ ରୋଡ଼ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହ ରେ ପୁରୀ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯିବା ସହିତ ବିଭିନ୍ନ ବର୍ଗରେ ବିଭିନ୍ନ ବ୍ୟକ୍ତିତ୍ୱ ମାନଙ୍କୁ ସାହାଯ୍ୟ କରି ଆସୁଥିବା ସମାଜସେବୀ ମାନଙ୍କୁ ସମ୍ମାନିତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥିଭାବେ ସମାଜସେବୀ ଚକ୍ରଧର ମହାପାତ୍ର, ପ୍ରିୟାଂଶି ଦାସ, ବିଜୟ କୁମାର ଜେନା, ଶିବ ଜେନା, ଅଜୁ ଭାଇ ଏବଂ ରିଙ୍କି ବାରିକ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ନିଜ ନିଜର ବକ୍ତବ୍ୟ ରଖି ସମ୍ମାନ ପର୍ବରେ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ଅନୁଷ୍ଠାନ ର ସମ୍ପାଦକ ସାମ୍ବାଦିକ ତଥା ସମାଜସେବୀ ରମେଶ ସାହୁ l ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ ନୀଡ଼ ଆଣ୍ଡ ହେଲ୍ପ ଫାଉଣ୍ଡେସନ ର ଅଧକ୍ଷା ପ୍ରିୟାଂଶି ଦାସ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
