April 27, 2026

ଉଦଯାପିତ ହେଲା ଖଡିପଦା ଯାତ୍ରା ମହୋତ୍ସବ

IMG-20260316-WA0028
Share

 

ପୁରୀଜିଲ୍ଲା ପୁରୀ ସଦର ଖଡିପଦା ଗ୍ରାମରେ ଦୋଳ ମହୋତ୍ସବ ସହିତ ଛଅଦିନ ଧରି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ଗତକାଲି ଶେଷ ରାତିରେ ଜାଗେଶ୍ବରୀ ଯୁବକ ସଂଘ ପ୍ରଚେଷ୍ଟା ରେ ବାଲିଗୁଆଳି ଯୁବକ ସଙ୍ଘ ଦ୍ୱାରା ନାଟକ ଏଥୁଅନ୍ତେ କଳିଯୁଗ ଶେଷ ନାଟକ ସମସ୍ତ ଦର୍ଶକଙ୍କ ମନ ଜିଣିଥିଲା l ଏହି ଯାତ୍ରା ମହୋତ୍ସବ ପୁରୀ ସଦର ବ୍ଲକ ଅଧକ୍ଷ ଦିବାକର ପାତ୍ର ଏବଂ ଜାଗେଶ୍ବରୀ ଯୁବକ ସଙ୍ଘ ସହଯୋଗ ରେ ଛଅଦିନ କାଳ ସୁରୁଖୁରୁରେ ସମାପନ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଖଡିପଦା ଗ୍ରାମର ଜାଗେଶ୍ବରୀ ଯୁବକ ସଙ୍ଘ ଏବଂ ଖଡିପଦା ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିବା ସହିତ ସମସ୍ତ ଶ୍ରେୟ ସଦର ଅଧକ୍ଷ ଦିବାକର ପାତ୍ରଙ୍କୁ ଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l