April 27, 2026
IMG-20260316-WA0011
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତ କାଲି ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ମାଓବାଦୀ ଆତ୍ମ ସମର୍ପଣ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ଡ଼ି ଖୁରାନା, ଏ. ଡ଼ି. ଜେ. ଏନ. ଓ ଶ୍ରୀ ସଞ୍ଜୀବ ପଣ୍ଡା, ଆଇ. ଜି ଶ୍ରୀ ଦୀପକ କୁମାର, ସି. ଆର. ପି ଏଫ ର ଆଇ. ଜି ଶ୍ରୀ ଏ. ଏନ ସିନ୍ହା, ଡ଼ି. ଆଇ. ଜି ଶ୍ରୀ ଜିତେନ୍ଦ୍ର ସିଂ, କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ସଚିନ ପାୱାର ତଥା ଜିଲ୍ଲା ଆରାକ୍ଷୀ ଅଧିକାରୀ ଶ୍ରୀ ନାଗରାଜ ଦେବରକୋଣ୍ଡାଙ୍କ ଉପସ୍ଥିତିରେ ବି. ଜି. ଏନ ଡିଭିଜନର ୧୧ ଜଣ ମହିଳା ଓ ପୁରୁଷ ହାଡ଼କୋର ମାଓବାଦୀ ନିଜ ନିଜର ଅସ୍ତ୍ର ଶସ୍ତ୍ର ସହ ଆତ୍ମ ସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଗତ ୬ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହ ଓଡିଶା ଗସ୍ତରେ ଆସି ମାଓ ଦମନ ଉପରେ ଉପରେ ଏକ ଗୁରୁତ୍ୱପୁର୍ଣ ବୈଠକ କରିଥିଲେ ଏବଂ ରାଜ୍ୟରେ ଥିବା ସମସ୍ତ ମାଓବାଦୀଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଆତ୍ମସମର୍ପଣ କରିବାପାଇଁ ସମୟ ସୀମା ଧାର୍ଯ୍ୟ କରିଥିଲେ। ଏହାପରେ ପୋଲିସ ପକ୍ଷରୁ ଜୋରଦାର ଅପରେସନ କରାଯାଇଥିଲା। ଯାହା ଫଳରେ ୧୧ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଥିବାବେଳେ, ରାଜ୍ୟ ପୋଲିସ ମହାନିର୍ଦେଶକ ଶ୍ରୀ ଖୁରାନା ସୂଚନା ଦେଇ କହିଛନ୍ତି ଯେ’ରାଜ୍ୟରେ ଆହୁରି ପ୍ରାୟ ୧୫ ଜଣ ମାଓବାଦୀ ଥିବାବେଳେ ସେମାନେ ନିର୍ଧାରିତ ସମୟ ସୀମା ମଧ୍ୟରେ ନିଜକୁ ଆତ୍ମ ସମର୍ପଣ କରିନିଅନ୍ତୁ।