April 27, 2026
ajiro khabar
Share

 

୧-ଭୁବନେଶ୍ୱର:ଆଜି ରାଜ୍ୟ ସଭା ନିର୍ବାଚନ, ତିନି ଦଳକୁ ଘୋଡ଼ା ବେପାର, କ୍ରସ୍ ଭୋଟିଂ ଭୟ।

 

୨-ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ଆସାମ ପାଇଁ ବାଜିଲା ବିଧାନ ସଭା ନିର୍ବାଚନ ବିଗୁଲ,ଲାଗୁ ହେଲା ଆଦର୍ଶ ଆଚରଣ ବିଧି।

 

୩-ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଜାରିକଲା ନିର୍ଦ୍ଦେଶନାମା।

 

୪-ପୁରୀ: ମୀନ ସଂକ୍ରାନ୍ତି ଓ ଏକାଦଶୀରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ବ୍ୟାରିକେଡ଼ରେ ଠେଲାପେଲା, ଭକ୍ତ ହେଲେ ଚେତାଶୂନ୍ୟ।

 

୫-ଗଞ୍ଜାମ:ପୁରୁଣା ବନ୍ଦ ନିକଟରେ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ।

 

୬-ମୟୁରଭଞ୍ଜରେ କାଳ ବୈଶାଖୀର ତାଣ୍ଡବ, ଉପୁଡିଲା ଗଛ ଓ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

 

୭-ବୋଲଗଡ଼: ବାରମ୍ବାର ଚୋରି ପାଇଁ ଦୋକାନରେ ଶୋଇ ଜଗୁଥିଲେ, ଦୋକାନରେ ନିଆଁ ଲାଗି ଜଳିଗଲେ ବାପପୁଅ।

 

୮-ଭୁବନେଶ୍ୱର:ଗ୍ୟାସ ଅଭାବରୁ ଛୋଟ ଛୋଟ ହୋଟେଲ ସବୁ ବନ୍ଦ, କାଠଚୁଲି ପୁଣି ଫେରିଛି।ହଷ୍ଟେଲରେ ରୋଷେଇ ବନ୍ଦ ପରେ ହଇରାଣ ହେଉଛନ୍ତି ହଷ୍ଟେଲ ପିଲା।

 

୯-ବିଜୁ-ନବୀନ ଫାଉଣ୍ଡେସନ ନେଇ ତେଜିଲା ରାଜନୀତି, ସଂତୃପଙ୍କ ସ୍ପଷ୍ଟୀକରଣ ଦାବି କଲା ବିଜେପି।

 

୧୦-ଭୁବନେଶ୍ୱର, ଅଶୋକନଗର: ଏକ ତରଫା ପ୍ରେମ, ଯୁବତୀଙ୍କ ବେକ କାଟିଲା ଯୁବକ।

 

୧୧- ରାୟଗଡ଼ା:ବିଷମ କଟକରେ ଚାଉଳ ଗାଡ଼ି ଓଲଟି ୩ ମୃତ,୩ ଗୁରୁତର।

 

୧୨-ଭୁବନେଶ୍ବର: ରାଜ୍ୟରେ ବଦଳିଛି ପାଗର ମିଜାଜ, ଆକାଶ ମେଘାଚ୍ଛନ୍ନ ସହ ବର୍ଷା ସମ୍ଭାବନା ଥିବା ବେଳେ ଆସନ୍ତା ୫ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

 

୧୩-ଚେନ୍ନାଇ: କରୁର୍ ସହରରେ ଟ୍ରେନ୍-ବସ୍ ଧକ୍କା,୨୫ କଲେଜ ଛାତ୍ର ଆହତ।

 

୧୪-ତାମିଲନାଡୁରେ ବିଜେପିର ବଡ ରାଜନୈତିକ ଗୋଟି ଚାଳନା, ବିଜୟଙ୍କୁ ୮୦ ସିଟ୍ ସହ ଡେପୁଟୀ ସିଏମ ଅଫର।

 

୧୫-ଭୁବନେଶ୍ୱର:ରେଳବାଇରେ AI ଟେକ୍ନୋଲଜିର ଏଣ୍ଟ୍ରି, ଏବେ ସେକେଣ୍ଡରେ ଜଣାପଡିଯିବ ୱାଗନରେ ଥିବା ତ୍ରୁଟି ବିଚ୍ୟୁତି।

 

୧୬-କାଠମାଣ୍ଡୁ:ନେପାଳରେ ବସ୍ ଦୁର୍ଘଟଣା,୬ ଭାରତୀୟଙ୍କ ମୃତ୍ୟୁ।

 

୧୭-ନେତନ୍ୟାହୁଙ୍କୁ ଖୋଜି ଖୋଜି ମାରିବୁ, ପ୍ରତିଶୋଧର ନିଆଁରେ ଜଳୁଛି ଇରାନ।

 

୧୮-ଇସ୍ରାଏଲ ଉପରେ ଇରାନର ଆକ୍ରମଣ,୧୨ ଆହତ, ଇସ୍ରାଏଲ ଆକ୍ରମଣରେ ଲେବାନନ୍ ରେ ୪ ମୃତ୍ୟୁ।