ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ର ଇନଡୋର ଷ୍ଟାଡିଅମ୍ ଠାରେ ଆୟୋଜିତ ୬ ବର୍ଷରୁ ଉର୍ଦ୍ଧ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ
ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ର ଇନଡୋର ଷ୍ଟାଡିଅମ୍ ଠାରେ ଆୟୋଜିତ ୬ ବର୍ଷରୁ ଉର୍ଦ୍ଧ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ପଞ୍ଚାୟତ ସମିତି ସ୍ତରୀୟ କ୍ରୀଡା ଓ ସଂସ୍କୃତିକ ପ୍ରତିଯୋଗିତାରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗିଙ୍କୁ ଙ୍କୁ ଆର୍ଥିକ ପୁରସ୍କାର ଓ ମାନ ପତ୍ର ପ୍ରଦାନ କଲେ ଏବଂ ସେମାନଙ୍କ କ୍ରୀଡା କୌଶଳକୁ ପ୍ରଶଂସା କଲେ |

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ଏ ଉତ୍ସାହ ଓ ଅସାଧାରଣ ପ୍ରତିଭା ଦେଖି ବିଧାୟକ ମୁଗ୍ଧ | ଖେଳରେ ବିଜୟ ଓ ପରାଜୟ ରହିଛି କିନ୍ତୁ ଖେଳରେ ଯିଏ କିଛି ଶିଖି ଆଗାମୀ ଦିନରେ କାର୍ଯ୍ୟରେ ପରିଣତ କରିଛି,ସେ ହିଁ ପ୍ରକୃତ ଖେଳାଳି ତେଣୁ ଏହି ଭଳି ପ୍ରତିଯୋଗିତା କାର୍ଯ୍ୟକ୍ରମ ଦ୍ୱାରା ଭିନ୍ନକ୍ଷମ ପିଲାଙ୍କ ମନବଳ ଦୃଢ ହେବ |ସୋରଡ଼ାରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ
