କାଶୀନଗର ବାଇ ପାସ ରୋଡ଼ ପାର୍ଶ୍ୱ ଘରୁ ବଡ଼ ଧରଣର ଚୋରି, ପୋଲିସର ଯାଞ୍ଚ ଆରମ୍ଭ —

IMG-20241015-WA0032
Share

 

ଗଜପତି –କାଶୀନଗର ନୂଆ ଓଡିଶା ରାସ୍ତା ପାର୍ଶ୍ୱରେ ଘର କରି ରହୁ ଥିବା ବେହେରା ରାମ କ୍ରିଷ୍ଣା ଙ୍କ ପରିବାର ଗୁଣୁପୁର ଠାରୁ ପୁରୀ ଯାଉଥିବା ଟ୍ରେନ ରେ ତାଙ୍କ ସମ୍ପର୍କୀୟ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ଘରେ ଚାବି ପକାଇ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତ ରାତିରେ ଘରେ ପଶି ବେହେରା ରାମ କ୍ରିଷ୍ଣାଙ୍କ ସଂଚିତ ଟଙ୍କା ଦୁଇଟି ଗୋଡ଼ରେଜ ତାଡି ପ୍ରାୟ 2ଲକ୍ଷ 50ହଜାର, 10 ତୋଳା ସୁନା ଓ 50 ତୋଳା ରୁପା ଅଳଙ୍କାର ଲୁଟି ନେଇଯାଇଛି। ସକାଳୁ ତୁରନ୍ତ କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରା ସୂଚନା ପାଇ ବେହେରା ରାମ କ୍ରିଷ୍ଣାଙ୍କ ଘରକୁ ଆସି ଯାଞ୍ଚ କରି 161/24 ରେ ଏକ ମାମଲା ରୁଜୁ କରିଥିଲେ।ପୁଣି ଥରେ ଥାନା ଅଧିକାରୀ ଶ୍ରୀ ବେହେରା ମଧ୍ୟାହ୍ନ ସମୟରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ଘଟଣା ସ୍ଥଳରେ ପହଂଚି ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ କରି ଯାଇଛନ୍ତି।ପ୍ରାୟ ଏକ ବର୍ଷ ପୂର୍ବେ ଏହି ଓଡିଶା ରାସ୍ତା ପାର୍ଶ୍ୱରେ ଭଡାରେ ରହୁଥିବା ଏକ ପରିବାର ଘରୁ ଚୋରି ହୋଇଥିଲା ଏବେ ଯାଏଁ ପୋଲିସ ତାର ସନ୍ଧାନ କରି ପରି ନ ଥିବା ବେଳେ ବର୍ତମାନ ଆଉ ଗୋଟେ ଘଟଣାର ଯାଞ୍ଚ କେତେ ଦୂର ପୋଲିସ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। କାଶୀନଗର ଗଜପତି ଜିଲ୍ଲାର ଏକ ମାତ୍ର

ଏନଏସି ହୋଇଥିଲେ ସୁଦ୍ଧା ପ୍ରଶାସନ ଏ ଯାଏଁ ଛକ ଜାଗା ମାନଙ୍କରେ ସି ସି କେମେରା ଖଞ୍ଜା ଯାଇ ପାରିନାହିଁ ଯାହା ଦ୍ୱାରା ଦୁର୍ବୁତ୍ତ ମାନେ ଚୋରି କରି ଆଉ ଧରାପଡୁ ନାହାନ୍ତି।

You may have missed