August 26, 2026

ଉମରକୋଟ ଠାରେ “ଚନ୍ଦନଧାରା” ର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ…………..

IMG-20241015-WA0024
Share

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ଉମରକୋଟରୁ ପ୍ରକାଶିତ ସାହିତ୍ୟ ପତ୍ରିକା “ଚନ୍ଦନଧାରା” ର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ସାରସ୍ବତ ସମାବେଶରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଶ୍ରୀଯୁକ୍ତ ବଲ୍ଲଭ ରାଉତ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରାମକୃଷ୍ଣ ନାୟକ, ଦାସିଆ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀଯୁକ୍ତ ଟୁଟୁବାବୁ ପଟ୍ଟନାୟକ ଉପସ୍ଥିତ ଥିଲେ । ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଶ୍ରୀନିବାସ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶକୁ “ଚନ୍ଦନଧାରା”ର ସଂପାଦକ ଶ୍ରୀଯୁକ୍ତ ହିମାଂଶୁ ଆଚାରୀ ସଂଯୋଜନା କରିଥିବା ବେଳେ ସହ ସଂପାଦକ ଶ୍ରୀଯୁକ୍ତ ତ୍ରିପତି ପଟ୍ଟନାୟକ ପରିଚାଳନା କରିଥିଲେ । ଉମରକୋଟ ଅଞ୍ଚଳରୁ ଶ୍ରୀ ନଗେନ୍ଦ୍ର ରାଉତ, ସମୀର ପ୍ରଧାନ, ସ୍ୱାଗତିକା ସାହୁ, ହିମାଂଶୁ ସାହୁ, ଶଙ୍କର କୁମାର ନାଲା ପ୍ରମୁଖ ସାହିତ୍ୟିକ ଓ କବିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ “ଚନ୍ଦନଧାରା”ର ପରିଚାଳନା ସଂପାଦକ ଶ୍ରୀଯୁକ୍ତ ଗଣେଶ ପ୍ରସାଦ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed