August 17, 2026

ଅସ୍ତରଙ୍ଗ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

IMG-20260815-WA0072
Share

 

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସମେତ ତାର ଆଖ ପାଖ ଅଞ୍ଚଳ ରେ ଭାରତ ବର୍ଷ ର ୮୦ତମ ସ୍ୱାଧୀନତା ଦିବସ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ତରଫରୁ ମହା ସମାରୋହ ରେ ପାଳିତ ହୋଇ ଯାଇ ଅଛି l ସକାଳ ଆଠ ଘଟିକା ସମୟ ରେ ଅସ୍ତରଙ୍ଗ ସାମ୍ବାଦିକ ସଂଘ ତରଫରୁ ବୟୋଜ୍ୟେଷ୍ଟ ଗଣ ମାଧ୍ୟମ ପ୍ରତିନିଧି ଶ୍ରୀ ଦୁଃଶାସନ ନୟକ ଜାତୀୟ ପତାକା ଉତୋଳନ କରିଥିବା ବେଳେ,ସାମ୍ବାଦିକ ନିରଞ୍ଜନ ଦାସ, ପ୍ରଶାନ୍ତ ବାରିକ, ସମ୍ପାଦକ ଲୋକନାଥ ସ୍ୱାଇଁ, ଭୀମସେନ ବିଶ୍ୱାଳ, ମୁନା ବିଶ୍ୱାଳ ପ୍ରମୁଖ୍ ସାମିଲ ଥିଲେ l ସେହିପରି, ଲବଣ ସତ୍ୟାଗ୍ରହ ପୀଠ ଠାରେ, ସ୍ମୃତି ସମିତି ସଭାପତି ଅମୀୟ କୁମାର ପଟନାୟକ, ବ୍ଲକ ଠାରେ ଅଧକ୍ଷା ଆରତି ନାଏକ, ଥାନା ଠାରେ ଆଇ ଆଇ ସି ବେବିତା ମଞ୍ଜରୀ ନୟକ, ତହସିଲ ଠାରେ,ତହସିଲ ଦାର,ପ୍ରିୟଙ୍କା ପ୍ରିୟ ଦର୍ଶିନୀ ପତି, ବେଳାଭୂମି ହାଇ ସ୍କୁଲ ରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସ୍ୱାଇଁ,କଂଗ୍ରେସ ଅଫିସ ରେ ସଭାପତି ପ୍ରତାପ ଖୁଣ୍ଟିଆ, ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ l ସେହି ପରି, ବି ଜେ ଡି,ଅଫିସ,ଗଣେଶ କ୍ଳବ ଲଷ୍ମୀ କ୍ଳବ

ଦୁର୍ଗା କ୍ଳବ, ସବୁଜ ଶାଖା, ସୁନ୍ଦର ହାଇ ସ୍କୁଲ, ଶିଶୁ ମନ୍ଦିର, ଅସ୍ତରଙ୍ଗ ରେଞ୍ଜ ଅଫିସ, ଅସ୍ତରଙ୍ଗ ହାଇ ସ୍କୁଲ,ଲବଣ ସତ୍ୟାଗ୍ରହ ହାଇ ସ୍କୁଲ, କୁହୁଡି,ଆଦି ଗୁଡିକ ରେ ମହା ସମାରୋହ ରେ ସ୍ୱାଧୀନତା ଦିବସ ପାଳନ ହେବା ସହ, ଏହି ସମ୍ବଧିୟ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଓ କଳାକାର ମାନଙ୍କୁ ପୁରସ୍କୃତ କରା ଯାଇ ଅଛି l