August 18, 2026

ଓଡିଶାକୁ ଗର୍ବିତ କରିଛନ୍ତି ମେଜର ସୁଧାଂଶୁ ପାଣି

IMG-20260817-WA0022
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସପୁର ପଞ୍ଚାୟତ ଅଧିନସ୍ଥ କଛିମଡୋଲା ଗ୍ରାମର ମେଜର ସୁଧାଂଶୁ ପାଣି ସେନାପଦକ ପାଇବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି।ସୂଚନା ଅନୁଯାୟୀ, କଳାହାଣ୍ଡିର ମେଜର ସୁଧାଂଶୁ ପାଣିଙ୍କ ନେତୃତ୍ୱରେ ଗତବର୍ଷ ପାକିସ୍ତାନର ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ କାଶ୍ମୀରରେ ହୋଇଥିବା ଏକ ଅପରେସନରେ ଅଦମ୍ୟ ସାହସ ଓ ବୀରତ୍ୱ ଦେଖାଇ ଆତଙ୍କବାଦୀ ସଂଗଠନର ଜଣେ ଟପ କେଡରର ଆତଙ୍କବାଦୀ ରେହେମାନ ଭାଇକୁ ମେଜର ପାଣି ନିହତ କରିଥିଲେ। ତାଙ୍କର ଏହି ଅସାଧାରଣ ବୀରତ୍ୱ ପାଇଁ ମହାମହିମ ରାଷ୍ଟ୍ରପତି ମେଜର ପାଣିଙ୍କୁ ସେନାପଦକ ପାଇଁ ମନୋନୀତ କରିଛନ୍ତି। ସମଗ୍ର ଦେଶରୁ ସୈନିକ ଓ ଅର୍ଦ୍ଧ ସୈନିକ ବଳର ମୋଟ ୭୮ ଜଣ ଜବାନ ବୀରତ୍ୱ ପୁରସ୍କାର ପାଇବା ପାଇଁ ମାନିନୀତ ହୋଇଥିବାବେଳେ, ଓଡିଶାରୁ କେବଳ ଜଣେ ମେଜର ସୁଧାଂଶୁ ପାଣି ମନୋନୀତ ହୋଇ କଳାହାଣ୍ଡି ତଥା ଓଡିଶା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଖବର ପ୍ରଚାର ହେବାପରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଖୁସିର ଲହର ଖେଳି ଯାଇଥିବାବେଳେ, ବର୍ତ୍ତମାନ ସାରା ଜିଲ୍ଲାରୁ ମେଜର ପାଣିଙ୍କ ପାଇଁ ଶୁବେଛାର ଶୁଅ ଛୁଟି ଚାଲିଛି।

You may have missed