୮୦ତମ ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିଲେ ବ୍ରାହ୍ମଣିଆ ଗ୍ରାମପଞ୍ଚାୟତ ବାସୀ
ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବ୍ରାହ୍ମଣିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ନିରଞ୍ଜନ ସେଠୀଙ୍କ ଅଧକ୍ଷତାରେ, ସ୍ଥାନୀୟ ସମିତିସଭ୍ୟାଙ୍କ ସହିତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଏବଂ ଗ୍ରାମପଞ୍ଚାୟତ ର ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ତ୍ରିରଙ୍ଗା ପତ୍ତାକା ଉତ୍ତୋଳନ କରି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ସହିତ ପଞ୍ଚାୟତର ବ୍ଲକ ରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ସର୍ବଶେଷରେ ବ୍ରହ୍ମଗିରି ବ୍ଲକର ଯୁବ ସମାଜସେବୀ ବୃନ୍ଦାବନ ପ୍ରଧାନଙ୍କୁ ” ଗୋପବନ୍ଧୁ ସେବା ସମ୍ମାନ -୨୦୨୬” ରେ ସମ୍ମାନିତ କରାଯାଇଥିଲା l ଚଳିତବର୍ଷ ଠାରୁ ଏହା ଆରମ୍ଭ କରାଗଲା ଆଗକୁ ବିଭିନ୍ନ ବର୍ଗରେ ବ୍ରହ୍ମଗିରି କୁ ଜିଲ୍ଲା ଏବଂ ରାଜ୍ୟରେ ଚିହ୍ନିତ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସରପଞ୍ଚ ନିରଞ୍ଜନ ସେଠୀ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
