August 17, 2026

ପୁରୀ ସଦର ରେ କଂଗ୍ରେସ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ।

IMG-20260815-WA0073
Share

 

ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ ତୁଳସୀ ଚଉରା ଛକଠାରେ ଆଜି ୧୫ ଅଗଷ୍ଟ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସ୍ୱାଧୀନତା ଦିବସ ଗରିମାର ସହ ପାଳିତ ହୋଇଛି।

ଏହି ଅବସରରେ ପୁରୀ ଜିଲ୍ଲା ସଭାପତି ରାଜେଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ପୁରୀ ସଦର ବ୍ଲକ ସଭାପତି କପିଳପ୍ରସାଦ ଷଡ଼ଙ୍ଗୀ, ଅବିନାଶ ମିଶ୍ର, ଜୋନ ସଭାପତି ଜଗଜୀବନ ଶତପଥୀ, ସୌମ୍ୟକାନ୍ତ ପ୍ରଧାନ, ମନୋଜ କୁମାର ବେହେରା, ଭଗବାନ ଜେନା, ଜଟି ବାରିକ, କୈଳାଶ ଜେନା, ଲକ୍ଷ୍ମୀଧର ଜେନା, ପ୍ରତାପ ନାୟକ, ରଜତ ସ୍ୱାଇଁ, ସୁଶାନ୍ତ ପରିଡ଼ା ଏବଂ ଅଂଶୁମାନ ବସ୍ତିଆଙ୍କ ସମେତ ଶହ ଶହ କର୍ମୀ ଓ ସ୍ଥାନୀୟ ଅଞ୍ଚଳର ଲୋକେ ଯୋଗଦେଇଥିଲେ।

ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ଦେଶପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ଦେଶର ଏକତା, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦିଆଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l