April 27, 2026

ଅଭିନବ ଉପାୟରେ ଜନ୍ମଦିନ ପାଳିଲେ କବି ,ପ୍ରକୃତି ବନ୍ଧୁ ଚନ୍ଦନ ପଣ୍ଡା

IMG-20230715-WA0000
Share

ଅଭିନବ ଉପାୟରେ ଜନ୍ମଦିନ ପାଳିଲେ କବି ,ପ୍ରକୃତି ବନ୍ଧୁ ଚନ୍ଦନ ପଣ୍ଡା

ସାମ୍ପ୍ରତିକ ଚାକଚକ୍ଯପୂର୍ଣ୍ଣ ଜନ୍ମଦିନ ପାଳନ କରିବା ସତେ ଯେମିତି ଅତ୍ୟାଧୁନିକତାରେ ପରିଣତ ହୋଇଗଲାଣି । ନିଜର ଜନ୍ମଦିନକୁ ସ୍ୱତନ୍ତ୍ର ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଇଚ୍ଛା ଥାଏ ।ଅଧିକାଂଶ ଲୋକ ବଡ଼ ବଡ଼ ଭୋଜନାଳୟ, ରେସ୍ତୋରାଁ, ସଂଘ, ଓ ମଣ୍ଡପରେ ବନ୍ଧୁବାନ୍ଧବ, ସାଙ୍ଗସାଥୀ ଏବଂ ଆତ୍ମୀୟସ୍ବଜନ ଙ୍କୁ ଏକାଠି କରି ଖୁବ୍ ଜାକଜମକରେ ଜନ୍ମଦିନର ଖୁସି ପାଳନ କରୁଥିବାବେଳେ ପୁଣି କେଉଁଠି ଭୋଜିଭାତ ,ନିଶାଦ୍ରବ୍ୟ ସହ ଡିଜେର ତାଳେ ତାଳେ କେକ୍‌ କାଟି ଧୁମଧାମ୍ ର ସହ ମଉଜମସ୍ତି ବି କରୁଛନ୍ତି। ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଅତ୍ୟାଧୁନିକତା ଓ ଚାକଚକ୍ୟଠୁ ଦୂରରେ ରହି ନିଆରା ଓ ନିରାଡମ୍ବର ଭାବେ ନିଜର ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି। ଏମିତି ଜଣେ ଯୁବକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଇଞ୍ଚୋଳ ଗ୍ରାମର ସାମାଜିକ କର୍ମୀ ଏକାଧାରରେ ଯୁବ କବି ,ସାମ୍ବାଦିକ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶ୍ରୀମାନ୍ ଚନ୍ଦନ ପଣ୍ଡା । ସେ ନିଜର ଜନ୍ମଦିନକୁ ଅଭିନବ ଓ ନିରାଡମ୍ବର ଭାବେ ପାଳନ କରିଛନ୍ତି ।ଏହି ଅବସରରେ ସେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅଟଳାଠାରେ ଥିବା ଇସ୍କନ ଗୋଶାଳା ରେ ଥିବା ଗୋ-ମାତା ମାନଙ୍କ ପାଇଁ ଗୋଟିଏ ଦିନର ଖାଦ୍ଯପାନୀୟ , ନଡା, ଘାସ ଦେବା ସହ ତାଙ୍କର ୨୭ ତମ ଜନ୍ମଦିବସ ପୂର୍ତ୍ତି ଅବସରରେ ଗୋଶାଳା ପରିସରରେ ଚାରା ରୋପଣ କରିଛନ୍ତି ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବନ୍ୟଜନ୍ତୁ କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ଯ ଶ୍ରୀମାନ ପଣ୍ଡା ଅଧୁନା ଭୁବନେଶ୍ବର ରେ ଏକ ଘରୋଇ ବୈଦୁତିକ ଗଣମାଧ୍ୟମରେ ସାମ୍ବାଦିକ ଭାବରେ କାର୍ଯ୍ୟରତ ଅଛନ୍ତି । ଗାଁ ରେ ପରିବେଶ ,ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଇଞ୍ଚୋଳ ବିକାଶ ମଞ୍ଚ ଜରିଆରେ ବର୍ଷ ତମାମ୍ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସେ କହନ୍ତି ଯେ ଜନ୍ମଦିନରେ ଉଚ୍ଚ ସ୍ବରରେ ଡିଜେ ବଜାଇ ନୃତ୍ଯ ସହ ପର୍ଯ୍ୟଟନ କ୍ଷେତ୍ରରେ ବଣ ଭୋଜି କରିବା ଦ୍ବାରା ଆମର ବନ୍ୟଜନ୍ତୁ ମାନେ ବିକଟାଳ ଶବ୍ଦ ଦ୍ବାରା ଅସୁବିଧାରେ ପଡିଥାନ୍ତି ।ପ୍ଲାଷ୍ଟିକର ବହୁଳ ବ୍ୟବହାର ଦ୍ବାରା ପର୍ଯ୍ୟଟନସ୍ଥଳୀ ଗୁଡିକ ଅପରିଷ୍କାର ହୋଇଥାଏ ।ପ୍ରକୃତିଦତ୍ତ ସବୁଜ,ସୁନ୍ଦର ପରିବେଶକୁ ସୁରକ୍ଷା ଦେବା ଆମମାନଙ୍କର ପ୍ରାଥମିକତା ହେବା ଦରକାର । ସେହିଭଳି ଗୋ-ମାତାର ସେବା ଓ ସୁରକ୍ଷା କରିବା ମଧ୍ଯ ଆମର କର୍ତ୍ତବ୍ଯ ଓ ଦାୟିତ୍ବ। ତେଣୁ ଆମେ ବିକଳ୍ପ ଭାବେ ଆମର ଜନ୍ମଦିନକୁ ଗୋ-ସେବା , ଚାରାରୋପଣ ଓ ପରିବେଶ ଅନୁକୂଳ କରି ପାଳନ କରିଲେ ସମସ୍ତ ଦିଗରୁ ଉତ୍ତମ ହେବ । ତାଙ୍କର ଏଭଳି ଅଭିନବ କାର୍ଯ୍ୟ ପାଇଁ ସର୍ବସାଧାରଣରେ ତାଙ୍କୁ ଭୂୟସୀ ପ୍ରସଂଶା କରାଯାଇଛି ।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।