ytuyu-1-292x300-1-150x150-1-150x150-1-150x150-1
Share

*ଖବର ଆଜିର*

ତାରିଖ ୧୫/୦୫/୨୦୨୩ ସୋମବାର ।

 

ନୀତୀଶ ଏବଂ ରିଙ୍କୁଙ୍କ ଅର୍ଦ୍ଧଶତକୀୟ ଇନିଂସ, ଚେନ୍ନାଇକୁ ତାରି ମାଟିରେ ହରାଇଲା କୋଲକାତା, ରୋଚକ ହେଲା ପ୍ଲେ ଅଫ୍ ଦୌଡ଼ ।

 

ଓଟିପି ସେୟାରିଂ ସ୍କାମ ନେଇ ଏସଟିଏଫର ବଡ ଖୁଲାସା । ଓଡିଶାର ଯାଜପୁର ଓ ନୟାଗଡରୁ ପାକିସ୍ତାନ ଯାଏଁ ଲମ୍ବିଛି ଚେର । ୩ ଜଣଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କଫୋର୍ସ ।

 

ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ ।

 

ଆଜି ଶପଥ ନେବେ ଦୀପାଳି । ବିଧାୟିକା ଭାବେ ଶପଥ ପାଠ କରାଇବେ ଉପ ବାଚସ୍ପତି ।

 

ଆଇପିଏଲ – ରାଜସ୍ଥାନ ରୟାଲସକୁ ୧୧୨ ରନରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

 

କର୍ଣ୍ଣାଟକରେ ୨୦୦ରୁ ଅଧିକ ଆସନରେ ନିର୍ବାଚନ ଲଢିଲା ଆପ୍, ଅମାନତ ହରାଇଲେ ସବୁ ପ୍ରାର୍ଥୀ; ମିଳିଲା ନୋଟାରୁ ବି କମ ଭୋଟ୍।

 

ଆଇପିଏସ୍ ଅଧିକାରୀ ପ୍ରବୀଣ ସୁଦଙ୍କୁ ଦୁଇ ବର୍ଷ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

 

ପର୍ତ୍ତୁଗାଲରେ ଇଛା ମୃତ୍ୟୁକୁ ମିଳିଲା ମଞ୍ଜୁରୀ, ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କରିପାରିବେ ଆବେଦନ।

 

ପ୍ରକାଶ ପାଇଲା ICSE, ISC ରେଜଲ୍ଟ: ଓଡ଼ିଶାରୁ ପ୍ରିୟଙ୍କା ପରାସର, ବିଷ୍ଣୁ ଶତପଥୀ ଟପ୍ପର ।

 

ମାଗଣା ସ୍କିମ୍‌ର ମୂଲ୍ୟ ନିର୍ଧାରଣ ହେବ: ପରିସଂଖ୍ୟାନ ମନ୍ତ୍ରାଳୟ ତଥ୍ୟ ସଂଗ୍ରହ କରିବ ।

 

କର୍ଣ୍ଣାଟକ ନିର୍ବାଚନ: ପୁନଃଗଣତିରେ ବିଜେପି ପ୍ରାର୍ଥୀ ୧୬ ଭୋଟ୍‌ରେ ବିଜୟୀ ।

 

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସୋମବାରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି ।

 

ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ; ଖଡ଼ଗେ ବାଛିବେ ନେତା ।

 

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତାରମଣଙ୍କୁ ମହିଳା କୁସ୍ତି ଯୋଦ୍ଧାଙ୍କ ଚିଠି: ଆମ ସମ୍ମାନ ରକ୍ଷା କର ।

 

ଥାଇଲ୍ୟାଣ୍ଡ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ ।

 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆଉ ୧୪ ଟି ଜିଲ୍ଲାର ୫୫ଟି ବ୍ଲକରେ ଗଠିତ ହେଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ।

 

ଚାରିଧାମ ଯାତ୍ରାରେ ବାଧକ ବରଫପାତ; ମେ’ ୨୫ ତାରିଖ ଯାଏଁ ପଞ୍ଜିକରଣ ବନ୍ଦ ।

 

ଭୁବନେଶ୍ୱରଠାରେ ଆରମ୍ଭ ହେଲା ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ।

 

 

ସୁପ୍ରଭାତ ,ଶୁଭ ସକାଳ ।