May 19, 2024

ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗର ସ୍ବତନ୍ତ୍ର ରଣନିତି

Share

ମୋହନା—ଗ୍ରୀଷ୍ମ ପ୍ରବାହ ବାଢ଼ିବା ସହ ଆରମ୍ଭ ହେଲାଣି ପ୍ରଚଣ୍ଡ ରୌଦ୍ରତାପ l ଏଭଳି ପରିସ୍ଥିତିରେ ପ୍ରତିବର୍ଷ ଜଙ୍ଗଲରେ ନିଆ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଥାଏ l ତେଣୁ ବର୍ତ୍ତମାନ ସତର୍କ ମୂଳକ ପଦକ୍ଷେପ ଗ୍ରହଣ କରିଛି ଗଜପତି ଜିଲ୍ଲା ମୋହନା ବନ ବିଭାଗ l ସୋମବାର ଏଥି ପାଇଁ ମୋହନା ବନ ବିଭାଗ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଶୋଇ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି l ଜଙ୍ଗଲରେ ନିଆଁ ନଲଗେଇବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ବ୍ୟାପକ ସଚେତନତା କରାଯିବା ସହ ନିଆଁ ଲାଗିଥିଲେ ବନ ବିଭାଗ କୁ ଜଣାଇବାକୁ ଅନୁରୋଧ କରିଛନ୍ତି l ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ପାଈଁ ଆବଶ୍ୟକ ଯନ୍ତ୍ରପାତି ଓ ସରଞ୍ଜାମ ମହଜୁଦ ରଖାଯାଇଛି l ସେହିଭଳି ସମସ୍ତ ଗାଁର ବନ ସୁରକ୍ଷା ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ଜନ ସାଧାରଣ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜନ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ବନ୍lଞ୍ଚଳ ଅଧିକାରୀ କହିଛନ୍ତି l ଏହି ସାମ୍ୱାଦିକ ସମ୍ମିଳନୀରେ ବନପାଳ ଦେବାଶିଷ ଶତପଥୀ ଓ ବନରଖି ବର୍ଷାରାଣୀ ପଟନାୟକ ଉପସ୍ଥିତ ଥିଲେ l