May 19, 2024

ଢାବା ମାଲିକଙ୍କୁ ଛୁରୀ ଦେଖାଇ ଲୁଟ ଘଟଣାରେ ୨ ଗିରଫ

Share


ବୁଗୁଡ଼ା : ତା ୧୫/୦୪/୨୪ : ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ରାସ୍ତାର ପଙ୍କଳସାହି ଛକ ନିକଟରେ ଆଦିପୁର ଗ୍ରାମର କେଶବ ସ୍ୱାଇଁ କରିଥିବା ମା’କାଳୀ ଢ଼ାବାରେ ଛୁରୀ ଦେଖାଇ ଲୁଟ୍ ଘଟଣାରେ ପୋଲିସ ୨ ଜଣକୁ ଗିରଫ କରିଥିବା ଜଣାଯାଇଛି l ଗିରଫ ଅଭିଯୁକ୍ତମାନେ ହେଲେ ବୁଗୁଡ଼ା ଥାନା ଶାଳବଣି ଗ୍ରାମର କେଶବ ପ୍ରଧାନ ଓ ଶାଳବଣିରେ ବାହା ହୋଇଥିବା ଓଡ଼ଗାଁ ଥାନା କୋମଣ୍ଡ ଗ୍ରାମର ଶ୍ରୀକାନ୍ତ ପ୍ରଧାନ l ପୋଲିସ ଶ୍ରୀକାନ୍ତଠାରୁ ନଗଦ ୫ ହଜାର ଏବଂ କେଶବଙ୍କ ଠାରୁ ୧୨୫୦ ଟଙ୍କା ସହ ଛୁରୀଟିଏ ଜବତ କରିଥିବା ନେଇ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କଠାରୁ ପ୍ରକାଶ ପାଇଛି l ପ୍ରକାଶ ଯେ , ଗତ ୧୩ ତାରିଖ ମାଧ୍ୟାନ୍ନ ସମୟରେ ଅଭିଯୁକ୍ତ ଦ୍ବୟ ଢ଼ାବା ମାଲିକ କେଶବ ସ୍ୱାଇଁଙ୍କୁ ଛୁରୀ ଦେଖାଇ ୧୧ ହଜାର ଟଙ୍କା ଲୁଟି ନେଇଥିଲେ l ଘଟଣା ପରେ ଅଭିଯୁକ୍ତ କେଶବ କୋରାପୁଟର ଜୟପୁରକୁ ଚାଲିଯାଇଥିଲା l ଏହି ଘଟଣା ଉପରେ ନଜର ରଖିଥିବା ବୁଗୁଡ଼ା ପୋଲିସ ଆଜି ଉଭୟଙ୍କୁ ଗିରଫ କରିବା ସହ କେସ୍ ନଂ ୨୭୪/୨୪ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି l