May 19, 2024

ପିପୁଲ୍ସ କଲେଜ ପ୍ରାଣୀ ବିଜ୍ଞାନ ପକ୍ଷରୁ ବିଦାୟ ଉତ୍ସବ

Share


ବୁଗୁଡ଼ା : ତା ୧୫/୦୪/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟଙ୍କ ସମେତ ବିଭାଗୀୟ ମୁଖ୍ୟ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବାର୍ଗେ ଓ ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ଶେଷ ବର୍ଷର ବିଦାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଧ୍ଯୟନ କାଳର ସ୍ମୃତି ଓ ଅନୁଭୂତିକୁ ବ୍ଯକ୍ତ କରିଥିଲେ ଏବଂ ସେମାନଙ୍କୁ ବିଭାଗ ପକ୍ଷରୁ ଉପହାର ସାଙ୍ଗକୁ ସ୍ମୃତି ଫଳକ ପ୍ରଦାନ କରିଯାଇଥିଲା । ସେମିନାର ସହ-ସମ୍ପାଦିକା ସ୍ମୃତି ସୁଚରିତା ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରାରମ୍ଭରେ ଅଧ୍ୟାପିକା ପ୍ରତୀକ୍ଷା ସାହୁ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଛାତ୍ରୀ ଗିରିଜା ନନ୍ଦିନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡେମୋନଷ୍ଟେଟର୍ ରାମକୃଷ୍ଣ ନାୟକ ପରିଚାଳନା କରିଥିବା ବେଳେ କର୍ମଚାରୀ ଯତନ କୁମାର ନାୟକ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।