June 19, 2026

ଗଞ୍ଜାମ ବ୍ଲକ ରେ 5ମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

IMG-20230215-WA0014
Share

 


ଶିକ୍ଷା, ପାନୀୟ ଜଳ,ବ୍ଲକ ଶିକ୍ଷାଧିରିକ ଙ୍କ ଅନୁପସ୍ଥିତି ନେଇ ଜନ ପ୍ରତିନିଧିଙ୍କ ଉଦବେଗ
—————————————
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ କନଫରେନ୍ସ ହଲ ରେ ପଞ୍ଚାୟତ ସମିତି ର 5ମ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କାଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୁପାୟାନ କରି ଗଞ୍ଜାମ ବ୍ଲକ କୁ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ରେ ପରିଣତ କରିବାନେଇ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ l ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା,
ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ
ଭବାନି ଶଙ୍କର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଗlମ୍ବର ନାୟକ ମଞ୍ଚାସିନ ରହିଥିଲେ l
ଗଞ୍ଜାମ ବ୍ଲକ ରେ ରହିଥିବା ବିଭିନ୍ନ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ରେ ବ୍ୟାଘାତ ହେଉଥିବା, ବିଭିନ୍ନ ସ୍କୁଲରେ ଭଗ୍ନାବସ୍ଥା ହୋଇଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ ଙ୍କ ଦାୟିତ୍ୱହିନତା ଯୋଗୁଁ ଜିଲ୍ଲାପରିଷଦ ସଭ୍ୟ,ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଜନପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଶିକ୍ଷାବିଭାଗ ଉପରେ ବର୍ଷିଥିଲେ l ଅନ୍ୟପଟେ ବିଇଓ ବୈଠକ ରେ ଅନୁପସ୍ଥିତ ରହିଥିବା ବେଳେ ପୂର୍ବ ବୈଠକ ମାନଙ୍କରେ ଅନୁପସ୍ଥିତ ରହିଥିବା ନେଇ ନିର୍ବାଚିତ ପ୍ରତିନିଧି ମାନେ କହିଥିଲେ l ଏପରିକି ବିଭିନ୍ନ ବୈଠକର ଆଳ ଦେଖାଇ ସମିତି ବୈଠକରେ ବି. ଇ. ଓ. ଭାଗିରଥି ବେହେରା ଅନୁପସ୍ଥିତ ରହିଥିବା ନେଇ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସମିତି ସଭ୍ୟା ଗୀତାଞ୍ଜଳି ବେହେରା,ସରପଞ୍ଚ ରବୀନ୍ଦ୍ର ନାଥ ବେହେରା,ସରପଞ୍ଚ ଶିଧେଶ୍ୱର ନାହାକ,ସରପଞ୍ଚ ଅଜୟ ନାହାକ, ସମିତି ସଭ୍ୟ ଧ୍ରୁବ ଚରଣ ପଲେଇ,ଓ ସମିତି ସଭ୍ୟା ମାମି ଦାସ,ସମେତ ଅନ୍ୟମାନେ ଅଭିଯୋଗ ଆଣିଥିଲେ l ବୈଠକରେ ଯେଉଁ ଅଧିକାରୀ ମାନେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରିବା ପାଇଁ ବିଧାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଉକ୍ତ ବୈଠକରେ ପାନୀୟ ଜଳ ସମସ୍ୟା, ଜଳ ସେଚନ ସମସ୍ୟା, କୃଷି ଓ ଧନମଣ୍ଡି ସମସ୍ୟା ଇତ୍ୟାଦି ଅଞ୍ଚଳର ସମସ୍ୟା ଉପରେ ଆଲୋଚନା ହୋଇଥିବା ବେଳେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଵା ପ୍ରକଳ୍ପ ରେ ମେଣ୍ଡେଜ ବଢେଇବା ପାଇଁ କାମ ନ କରି କିଛି ଲୋକଙ୍କୁ ଘରେ ବସେଇ ପଇସା ଦିଆଯାଉଛି ସେହି ବ୍ୟବସ୍ଥାକୁ ରୋକ ଲଗେଇବା ପାଇଁ ପ୍ରତିନିଧି ମାନେ ଦାବୀ କରିଥିଲେ l ଉକ୍ତ ବୈଠକରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବିଭାଗର ପଦାଧିକାରୀ, ଭାରପ୍ରାପ୍ତ ଜି. ପି. ଓ ଶ୍ରୀକାନ୍ତ ଗୌଡ଼ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l

You may have missed