April 24, 2026

ନବୀନ ପକ୍ଷରୁ ଫକୀର ମୋହନଙ୍କ ଜୟନ୍ତୀ ପାଳିତ…

jgujgtu
Share


ବ୍ରହ୍ମପୁର,ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ନବୀନ କାର୍ଯ୍ୟାଳୟ ଠାରେ ଓଡ଼ଇା ଭାଷା ରକ୍ଷକ କାଳଜୟୀ ସାରସ୍ବତ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ 182ତମ ଜୟନ୍ତୀ ପାଳିତ ହୋଇଯାଇଛି ନବୀନ ସମ୍ପାଦକ ରବି ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବୀନ ପାଠାଗାର ଓ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଶିକ୍ଷାବିତ୍ ରାଜେନ୍ଦ୍ର ପଣ୍ଡା, ଅାଇନଜୀବୀ ଶିବ ପ୍ରସାଦ ମିଶ୍ର, ଡ଼ଃ. ଡ଼ମ୍ବରୁଧର ସାହୁ ମଞ୍ଚାସୀନ ହୋଇ ଫକୀର ମୋହନଙ୍କ ରଚିତ ସାହିତ୍ୟ, ଗଳ୍ପ ଓ ଉପନ୍ୟାସ ଚୀର ସ୍ମରଣୀୟ ହୋଇରହିବ ବୋଲି ମତବ୍ୟକ୍ତ କରିଥିଲେ ଅାଗାମୀ ଯୁବପିଢ଼ି ଓଡ଼ିଶାର ଭାଷା, ସାହିତ୍ୟର ସୁରକ୍ଷା ପାଇଁ ଅାଗେଇ ଅାସିବାକୁ ଅାହ୍ବାନ ଦେଇଥିଲେ
ଅନ୍ୟମାନଙ୍କ ମଧ୍ୟରେ ଅରୁଣ କୁମାର ପଣ୍ଡା, ମାନସ ରଂଜନ ତ୍ରିପାଠୀ, ଶାନ୍ତନୁ କୁମାର ଦାସ, ପ୍ରେମାନନ୍ଦ ଦାଶ, ଅରୁଣ ମୋହନ ପାତ୍ର, କାଳୀ ଦାସ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଅାଲୋଚନାରେ ଅଂଶଗ୍ରହଣ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରକାଶ ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ

(ରବି ରଥ
ସମ୍ପାଦକ)

You may have missed