April 24, 2026

ଫକୀରମୋହନ ପଠନଶାଳାର ସ୍ଵନକ୍ଷତ୍ର ଦିବସ……..

iujguk
Share

ଉମରକୋଟ: ସ୍ଥାନୀୟ ଫକୀରମୋହନ ପଠନଶାଳାର ୧୬ତମ ସ୍ବ-ନକ୍ଷେତ୍ର ଦିବସ, ଧୋଡ୍ରା ସ୍ଥିତ ସହିଦ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ଅନୀଲ କୁମାର ମିଶ୍ର ଉଦ୍ଘାଟନ କରିବା ପରେ ମକର ମିଳନ ଓ ମକର ପ୍ରସାଦ ସେବନ ଅନୁଷ୍ଠିତ ହୋଇ ଥିଲା । ଅନୁଷ୍ଠାନର ସଂପାଦକ ଶ୍ରୀ ପ୍ରଫୁଲ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ରରେ “ସାହିତ୍ୟ ରେ ଜହ୍ନ ଓ ବିଜ୍ଞାନରେ ଜହ୍ନ'” ବିଷୟରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର, ମୁଖ୍ୟ ବକ୍ତା-ଭାବେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଶ୍ରୀ ବଲ୍ଲଭ ରାଉତ, ସମ୍ମାନିତ ବକ୍ତା ଭାବେ ଡ ପ୍ରଦୀପ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଶ୍ରୀ ବିଜୟ ଚୌଧୁରୀ,ଯୋଗ ଦେଇଥିଲେ। ପଠନଶାଳାର ବାର୍ଷିକ ମୁଖପତ୍ର “ସାରସ୍ବତ -୨୦୨୪” ଲୋକାର୍ପିତ କରାଯାଇଥିଲା।ଉକ୍ତ ଅଧିବେଶନରେ ମୈସୁମୀ ମଜୁନଦାର, ସହିଦ୍ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ଙ୍କୁ ପୁଷ୍ପାଞ୍ଜଳି ପରିଡା ସ୍ମୁତି ସମ୍ମାନ,କେଶରୀ ଟଲଟିଆ,ଶ୍ରୀକଳିଙ୍ଗ ବିଦ୍ୟାପୀଠଙ୍କୁ ସୁରେନ ଚନ୍ଦ୍ର ପରିଡା ସ୍ମୁତି ସମ୍ମାନ,ଶାଶ୍ବତ ପଟ୍ଟନାୟକ, ଉମରକୋଟ ଙ୍କୁ ଫକୀରମୋହନ ସମ୍ମାନ,ଶିବାନୀ ପ୍ରଧାନ ଓ ପ୍ରିୟଙ୍କା ଦାସଙ୍କୁ ଭ୍ରମରବର ଛାଟୋଇ ସ୍ମୁତି ସମ୍ମାନ ପ୍ରଦାନ କରାଯାଇ ଥିଲା । ବରିଷ୍ଠ ଓକିଲ ଶ୍ରୀନିବାସ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଆୟୋଜିତ କବିତା ଆସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ କବି ଯୋଗ ଦେଇଥିଲେ।କବିତା ପାଠରେ ସର୍ବଶ୍ରୀ ଶ୍ରୀ ରାମ ପ୍ରସାଦ ପାତ୍ର, ଅଧ୍ୟାପକ ଅଖିଳ ଭଟ୍ଟ,ଶ୍ରୀ ଜଗଦୀଶ ଚନ୍ଦ୍ର ତ୍ରିପାଠୀ,ଶ୍ରମତୀ ପ୍ରଭାତୀ ଦେବନାଥ,ଶ୍ରୀ ରମେଶ ଚନ୍ଦ୍ର ଟାକ୍ରୀ,ଶ୍ରୀମତୀ ସୁଶେଭିତା ମେରିଲିନ ତୁରୁକ,ଶ୍ରୀମତୀ ସ୍ବାଗତିକା ସାହୁ,ଶ୍ରୀ ବିବେକ ପଟ୍ଟନାୟକ,ଶ୍ରୀ ନଗେନ୍ଦ୍ର କୁମାର ରାଉତ, ଶ୍ରୀ ସାଗର କୁମାର ପରିଡା, ଶ୍ରୀ ସଂଗ୍ରାମ କିଶୋର ପରିଡା, ଶ୍ରୀ ରାଜ କିଶୋର ନାୟକ,ଶ୍ରୀ କେଦାରେଶ୍ବର ପଟ୍ଟନାୟକ,ଶ୍ରୀ ବଂଶୀଧର ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed