April 24, 2026

ସାଇସ୍ମାର୍ଟ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ l

WhatsApp Image 2025-12-14 at 11.44.29 AM
Share

ପୁରୀ କୋଣାର୍କ ବେଳାଭୂମି ମାର୍ଗ ସ୍ଥିତ ସାଇସ୍ମାର୍ଟ ସ୍କୁଲର ଦୁଇଦିନ ବ୍ୟାପି କ୍ରୀଡା ଉତ୍ସବ ଆଜି ସକାଳୁ ଉଦଯାପିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପିକା ସୁଶ୍ରୀ ସ୍ନେହା ନନ୍ଦ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା କିପରି ଶାରୀରିକ ଓ ମାନସିକ ବିକାଶ କରିବା ସହିତ ମନରେ ଶୃଙ୍ଖଳା ଜ୍ଞାନ ସୃଷ୍ଟି କରିଥାଏ ବୋଲି ନିଜର ଅଭିଭାଷଣ ରଖିଥିଲେ l ପୁରୀ ଫାର୍ମାସୀ ମହାବିଦ୍ୟାଳୟ ର ଚେୟାରମ୍ୟାନ ଅନିମା ଦାସ ଓ ଏକାଡେମୀ ର ଡାଇରେକ୍ଟର ସନ୍ତୋଷ କୁମାର ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଖେଳପ୍ରତି ଉତ୍ସାହ ବଢିବାପାଇଁ କହିଥିଲେ ଯେ ସେମାନଙ୍କ ଜୀବନରେ କ୍ରୀଡା ହେଉଛି ଏକ ଅଙ୍ଗ, ପାଠ ସହିତ କ୍ରୀଡ଼ାପ୍ରତି ଆଗ୍ରହ ରଖିବାପାଇଁ ପରାମର୍ଶ ଦେଇଥିଲେ l ସାଇସ୍ମାର୍ଟ ସ୍କୁଲର ଅଧକ୍ଷ ଇଞ୍ଜିନିଅର ଆଶିଷ କୁମାର ଦାଶଙ୍କ ତତ୍ୱାବଧାନ ରେ ଶିକ୍ଷୟିତ୍ରୀ ଅନିନ୍ଦିତା ଦାଶ, ସ୍ୱପ୍ନା ଦାଶ, ଶ୍ରୀପଦା ମିଶ୍ର, ଲୋପାମୁଦ୍ରା ମହାପାତ୍ର, ନମ୍ରତା ରଥ, ସୁଲିପ୍ତା ମହାପାତ୍ର, ସିପ୍ରା ଚାଟର୍ଜି, ମଧୁସ୍ମିତା ଓଝା, ନୀଳାମ୍ବରୀ ପଣ୍ଡା, ସୁଲେଖା ତ୍ରିପାଠୀ, ନିକିତା ରୋଜାଲିନ ଓ ଆଲୋକ କୁମାର ଦାଶ ପ୍ରମୁଖ ଏହି କ୍ରୀଡା ଉତ୍ସବ କୁ ପରିଚାଳନା କରିଥିଲେ l ଅତିଥିମାନଙ୍କ ଦ୍ୱାରା କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ସର୍ବଶେଷରେ ଅଭିଭାବକ ମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed